ବଲାଙ୍ଗୀର,୫/୯,(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡଃ ଦୀଲିପ କୁମାର ସାହୁ ନିଜ କାରରେ କଣ୍ଟାବାଞ୍ଜିରୁ ବଲାଙ୍ଗୀର ଆସୁଥିବା ବେଳେ ମଣ୍ଡଳ ଛକ ଠାରେ ଦୂର୍ଘଟଣାର ସମ୍ମୁଖୀନ ହୋଇଥିଲେ । କାରଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଗୁରୁତର ଆହତ ଡଃ ସାହୁଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ ହସ୍ପିଟାଲକୁ ଆଣିଥିଲେ । ଚିକିତ୍ସା ପରେ ସେ ବର୍ତ୍ତମାନ ସୂସ୍ଥ ଥିବାର ଜଣାପଡିଛି ।
: