କୋଶଲି ଚଳଚିତ୍ର ଅଭିନେତ୍ରୀଙ୍କ ପିତୃବିୟୋଗ

129
ADVERTISEMENT

ବଲାଙ୍ଗୀର,୩/୯(ସୁନୀଲ ତ୍ରିପାଠୀ) : କୋଶଲି ଚଳଚିତ୍ର ଶଲାବୁଢ଼ାର ବଦଲାର ଅଭିନେତ୍ରୀ ଚନ୍ଦନା ସିଂଙ୍କ ପିତା କିଶୋର ଚନ୍ଦ୍ର ସିଂଙ୍କ ଅକାଳ ବିୟୋଗ ଘଟିଛି l ସେ ୱେସ୍କୋ କମ୍ପାନୀରେ ବରିଷ୍ଠ ଆକାଉଣ୍ଟାଣ୍ଟ ପଦବୀରୁ ଅବସର ନେଇଥିଲେ l ମୃତ୍ୟୁ ସମୟରେ ତାଙ୍କୁ ୬୨ ବର୍ଷ ହେଉଥିବାବେଳେ ୩୧ତାରିଖ ରାତିରେ ବଲାଙ୍ଗୀର ଋଗଡିପଡାସ୍ଥିତ ବାସଭବନରେ ତାଙ୍କ ମୃତ୍ୟୁ ହୋଇଛି l ୩୧ ତାରିଖ ରାତିରେ ହୃଦଘାତ ହେବାରୁ ପାରିବାର ଲୋକେ ତାଙ୍କୁ ଭୀମଭୋଇ ମେଡୀକାଲ କଲେଜ ହସ୍ପିଟାଲକୁ ନେଇଥିଲେ l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।।

Advertisement