ବଲାଙ୍ଗୀର,୧୨/୮,(ଦେବବ୍ରତ ଗୁରୁ) : ମଙ୍ଗଳବାର ସଂଧ୍ୟା ପ୍ରାୟ ୬ ସମୟ ରେ ସମ୍ବଲପୁର- ବିରମହାରାଜପୁର ୬ ନମ୍ବର ଜାତୀୟ ରାଜପଥରେ ବିଶି ପଡା ଛକ ଠାରେ ଏକ ମେକ୍ସ ପିକ୍ଅପ୍ ଓ ଗୋଟିଏ ବାଇକ୍ ସହ ଧକ୍କା ହେବାଫଳରେ ବାଇକ୍ ଆରୋହୀ ଜଣକଙ୍କ ମୃତ୍ୟୁ ହୋଇଛି । ଗୁରୂତର ଅବସ୍ଥାରେ ଅଗ୍ନୀସମ ବିଭାଗ ତରଫରୁ ଯୁବକଙ୍କୁ ସୋନପୁର ମୂଖ୍ଯ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।