ବଲାଙ୍ଗୀର,୯/୮,(ଦେବବ୍ରତ ଗୁରୁ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସିନ୍ଦୁରପୁର ଗାଁ ରେ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l ଏଵେ କରୋନା ମହାମାରୀ ପାଇଁ ସମସ୍ତ ଡାକ୍ତରଖାନା ରକ୍ତ ଭଣ୍ଡାର ମାନଙ୍କରେ ରକ୍ତ ର ଅଭାବ ଦେଖିବାକୁ ମିଳୁଥିବା ବେଳେ ଆଜି ସିନ୍ଦୁରପୁର ଗ୍ରାମର ଯୁବକ ମାନେ ଦୁନିଆରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି l ମୁଖ୍ୟ ଅତୀତ ଭାବରେ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାସ ଙ୍କ ସହିତ ସ୍ଥାନୀୟ ସରପଞ୍ଚ ସ୍ବେଛାସେବୀ ଆଉ ସମସ୍ତେ ଯୁବକ ସମାଜ ଉପସ୍ଥିତ ଥିଲେ l କରୋନା କଟକଣା ର ସମସ୍ତ ନିୟମ କୁ ମଧ୍ୟ ପାଳନ କରି ମୁହଁରେ ମାସ୍କ ଲଗାଇ ସାନିଟାଇଜର ଲଗାଉଥିଲେ l ରକ୍ତ ଦାନ ଶିବିରରେ ପୁରୁଷ ୪୪ ଓ ମହିଳା ୮ ଜଣ ମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l