ନାବାଳିକାଙ୍କୁ ଘରୁଉଠାଇ ନେଇ ଦୁଷ୍କର୍ମ

113
ADVERTISEMENT

ବଲାଙ୍ଗୀର,୦୭/୦୮ (ସୁନୀଲ ତ୍ରିପାଠୀ) : ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘରତୈଲା ଗାଁର ଜଣେ ନାବାଳିକାକୁ ତାଙ୍କ ଘରୁ ଉଠାଇନେବା ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଗୁରୁବାର ରାତି ନାବାଳିକା ଜଣକ ନିଜ ମା ବାପାଙ୍କ ସହିତ ଘରେ ଥିବା ବେଳେ ପାଖ ରୁଗୁଡ଼ିପାଲି ଗ୍ରାମର ଦିଲୀପ ମିଶ୍ର (ଟୁକୁ ) ରାତି ୯ଟା ସମୟରେ ନାବାଳିକାଙ୍କ ଘର କବାଟ ଭାଙ୍ଗି ଘରେ ପଶି ଭୁଜାଲି ଦେଖାଇ ଜୋର ଜବରଦସ୍ତି ନାବାଳିକାଙ୍କୁ ଉଠାଇନେଇ ନିଜ ଘରେ ଦୁଷ୍କର୍ମ କରିଥିଲେ ଏବଂ ଏ ବିଷୟରେ କାହାକୁ ଜଣାଇଲେ ତୋ ମା ବାପାଙ୍କୁ ମାରିଦେବି ବୋଲି ଧମକ ଦେଇଥିଲେ l ନାବାଳିକା ଜଣକ ଘରକୁ ଆସି ନିଜ ମା ବାପାଙ୍କୁ ସବୁ ଜଣାଇଥିଲେ ହେଲେ ଅଭିଯୁକ୍ତ ରାସ୍ତାରେ ଜଗି ରହୁଥିବାରୁ ନାବାଳିକାଙ୍କ ପରିବାର ଥାନାରେ ଅଭିଯୋଗ କରିପାରି ନ ଥିଲେ l ପରେ ସୁଯୋଗ ଦେଖି ସୋମବାର ଦିନ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଅଭିଯୁକ୍ତ ସେହି ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୋଲିସ ଏ ପର୍ଯ୍ୟନ୍ତ ତାକୁ ଗିରଫ କରି ନାହିଁ ଏବଂ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଖବର ମିଳୁଛି l ଆଜି ଓଡ଼ିଶା ଡୁମାଳ ପରିଷଦ ତରଫରୁ ସୋନପୁର ଏସ୍ପିଙ୍କୁ ଘଟଣାର ତଦନ୍ତ ଓ ପିଡିତାଙ୍କ ପରିବାର କୁ ଆର୍ଥିକ ସାହାଯ୍ୟ ଦାବି ନିମନ୍ତେ ପତ୍ର ଦେଇଛନ୍ତି।

Advertisement