ତାଲପାଲି ପଡା ସ୍ଥିତ ଦୋକାନରୁ ଚୋରି

158
ADVERTISEMENT

ବଲାଙ୍ଗୀର,୨/୮,( ସୁନୀଲ ତ୍ରିପାଠୀ) : ବଲାଙ୍ଗୀରରେ ବଢ଼ି ଚାଲିଛି ଚୋରି ଡକାୟତି l ଗତକାଲି ରାତି ତାଲପାଲିପଡ଼ାର ଶଙ୍କର୍ଷଣ ମିଶ୍ରଙ୍କ ଦୋକାନରୁ ଚୋରି ହୋଇଯାଇଛି l ଚୋର ଏକ ଲୁହା ରଡ଼ରେ ଦୋକାନର ତାଲା ଭାଙ୍ଗି ପ୍ରାୟ ୧୫୦୦୦ ରୁ ୨୦୦୦୦ ଟଙ୍କାର ସାମଗ୍ରୀ ସହିତ ଦୋକାନରେ ଥିବା ନଗଦ କେସ ମଧ୍ୟ ଚୋରି କରିନେଇଛନ୍ତି l କିଛି ଦିନ ତଳେ ତାଲପାଲିପଡାର ଆଶିଷ ମିଶ୍ରଙ୍କ ଦୋକାନରୁ ମଧ୍ୟ ଚୋରି ହୋଇଥିଲା l ପୋଲିସ ଏବଂ ଫରେନସିକ ଟିମ ଘଟଣାର ତଦନ୍ତ ଜାରି ରଖିଛି l ଶଙ୍କର୍ଷଣ ମିଶ୍ରଙ୍କ କହିବା ଅନୁଯାୟୀ ଗତବର୍ଷ ମଧ୍ୟ ତାଙ୍କ ଦୋକାନରୁ ଚୋରି ହୋଇଥିଲା l ହେଲେ ପୋଲିସ କିଛି ପଦକ୍ଷେପ ନେଇନଥିଲେ ବୋଲି କହିଛନ୍ତି ଶଙ୍କର୍ଷଣ ମିଶ୍ର l

Advertisement