ଭ୍ରାମ୍ଯମାଣ ପ୍ରାଣୀ ଚିକିତ୍ସା ଭଡା ଗାଡି ଟେଣ୍ଡର ଚୟନରେ ବ୍ଯାପକ ଅନିୟମିତତା ନେଇ ଅଭିଯୋଗ

237
ADVERTISEMENT

ବାଲେଶ୍ବର,୧୨/୭,(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଖଇରା ପ୍ରାଣୀ ଚିକିତ୍ସା କେନ୍ଦ୍ର ନିମନ୍ତେ ଏକ ଭ୍ରାମ୍ଯମାଣ ଗୋ ଚିକିତ୍ସା ଭଡା ଗାଡି ଚୟନରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଚୟନକୁ ନେଇ ଚୟନ କମିଟି ମଧ୍ୟରେ ମତ ପାର୍ଥକ୍ୟ ଯୋଗୁଁ ଖଇରା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୌଣସି ଭଡା ଗାଡି ଚଳାଇବାକୁ ନିର୍ଦ୍ଦେଶନାମା ମିଳି ପାରିନଥିବାରୁ MVU ଭଡା ଗାଡି କିଛି ଦିନ ହେଲି ଗାଁକୁ ଯାଉନଥିବାରୁ ଚିକିତ୍ସା ପାଇଁ ବ୍ଯବହୃତ ହେବାକୁ ଥିବା ନୂତନ ଭଡା ଗାଡିକୁ ଚାଲିବାକୁ ଅନୁମତି ମିଳିପାରୁ ନାହିଁ । ନୂତନ ଭାବେ ଲାଗିଥିବା ଭଡାଗାଡିଟି ଖଇରା ପ୍ରାଣୀ ଚିକିତ୍ସାଳୟ ଆଗରେ ଛିଡା ହୋଇ ହୋଇ କେଉଁଆଡେ ଉଭେଇ ଯାଉଛି ଦେଖିବାକୁ ମିଳୁନାହିଁ । ବେଆଇନ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ମାଲମାଲ ହୋଇଥିବା ପ୍ରାଣୀ ଚିକିତ୍ସା ଅଧିକାରୀ ମାନଙ୍କ ବିରୁଦ୍ଧରେ ସରକାରୀ ନିୟମକୁ ଉଲଙ୍ଗନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦ୍ମଲୋଚନ ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ବ୍ଯକ୍ତି ବିଭାଗୀୟ ନିର୍ଦ୍ଦେଶକ,ସଚିବ, ଜିଲ୍ଲାପାଳ, ସିଡିଭିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପୂର୍ବରୁ ଲାଗିଥିବା ଗାଡିର ସମୟସୀମା ଗତ ୩୦ଜୁନ୍ ମାସ ଶେଷ ହେଉଥିବାରୁ ବାଲେଶ୍ବର ସିଡିଭିଓଙ୍କ ପତ୍ର ସଖ୍ଯା୨୪୩୨ ତା୧୯/୦୬/୨୦୨୦ ରିଖ ମୂଳେ ବାଲେଶ୍ବର ଜିଲ୍ଲା ପାଇଁ ୪ଟି ବ୍କକରେ ପ୍ରାଣୀ ଚିକିତ୍ସାଳୟ ରେ ( MVU ) ଭ୍ରାମ୍ଯମାଣ ଗୋ ଚିକିତ୍ସା ପାଇଁ ବୋଲେର ଭଡା ସୂତ୍ରରେ ନେବା ପାଇଁ ବାଲେଶ୍ଵର ଜିଲ୍ଲାପାଳଙ୍କ ଦ୍ବାରା NIC ମାଧ୍ୟମରେ ଟେଣ୍ଡର ଆହାନ୍ନ କରାଯାଇଥିଲା, ଟେଣ୍ଡର ପକାଇବାର ଶେଷ ତାରିଖ ଥିଲା ତା୨୯/୦୬/୨୦୨୦ ଅପରାହ୍ନ ୪ଟାସୁଧା । ଟେଣ୍ଡର ଖୋଲା ହେବାର ତାରିଖ ତା୩୦/୦୬/୨୦୨୦ ତାହା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବାଲେଶ୍ବରଙ୍କ କାର୍ଯ୍ଯାଳୟରେ । ସେହି ଖୋଲା ହେବା ସିଲେକସନ୍ କମିଟିର ଅଧ୍ୟକ୍ଷ ସିଡିଭିଓ, ସଦସ୍ୟ ବାଲେଶ୍ବର ଏସଡିଭିଓ, ଏଡିଭିଓ (ଡିସି) ଏଡିଭିଓ(ଏଲ,ପି)ଡିଟିସି, ଖଇରା ବିଭିଓ କୈଣସି କାରଣରୁ ଛୁଟିରେ ଗାଆଁକୁ ଯାଇଥିବାରୁ ଖଇରା ସହକାରୀ ପ୍ରାଣୀ ଚିକିତ୍ସାକ ଡା ସୁବାଶିଷ ମହାପାତ୍ର ଉକ୍ତ ସିଲେକସନ୍ କମିଟିର ଉପସ୍ଥିତ ଥିଲେ । ଏହି ଖଇରା ବ୍ଲକ ପାଇଁ ସର୍ବମୋଟ ୬ଜଣ ଗାଡିମାଲିକ ଟେଣ୍ଡର ପକାଇଥିଲେ, ସିଡିଭିଓ ପତ୍ର ରେ ଲେଖା ଥିଲା ଟେଣ୍ଡର ପକାଇଲା ବେଳେ ଗାଡିର ସମସ୍ତ କାଗଜପତ୍ର ନକଲ ଯଥା ଗାଡିର ଆର,ସି,ପ୍ରମାଣ ପତ୍ର, ଫିଟିନେସନ୍ ପ୍ରମାଣ ପତ୍ର, ଇନ୍ସସୁରେସନ ପ୍ରମାଣ ପତ୍ର, ପରମିଟି ପ୍ରମାଣ ପତ୍ର, ଡ୍ରାଇଭର ଲାଇସେନ୍ସ ପ୍ରମାଣ ପତ୍ର, ଟେଣ୍ଡର ଫର୍ମ NIC ରୁ ଡାଉନ୍ ଲୋଡ କରି ପକାଇବାର ଥିଲା, ଖୋଲା ହେବା ଦିନ ସିଲେକସନ୍ କମିଟି ଆଗରେ Original ମୂଳ କପି ଯାଞ୍ଚ କରାଇବା ପାଇଁ ସିଡିଭିଓଙ୍କ ନିର୍ଦ୍ଦେଶ ଦେଇଥିଲା, ହେଲେ ଫଳ ହେଲା ଉଲଟା, ଆବଶ୍ୟକ କାଗଜପତ୍ର ନଥିବା ସୁଶାନ୍ତ ଜେନାଙ୍କ ଗାଡିକୁ ବହୁ ବାଦ ବିବାଦ ମଧ୍ୟରେ ଚୟନ କରାଗଲା କମିଟିର ବହୁ ସଦସ୍ୟଙ୍କ ବିରୋଧ ସତ୍ତ୍ବେ ସିଲେକସନ୍ କମିଟିର ଅଧ୍ୟକ୍ଷ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନିତ୍ଯାନନ୍ଦ ଦାସଙ୍କ ଏକ ତରଫା ନିଷ୍ପତ୍ତି କ୍ରମେ ଏହାକୁ ଚୟନ କରାଗଲା, ଚୟନ ହୋଇ ଥିବା OD01AB1182 ଗାଡିର ଟେଣ୍ଡର ପକାଇବା ସମୟରେ ଆର,ସି,ବହିର ନକଲ ଦେଇ ନଥିଲେ, ହେଲେ କମିଟିର ଅଧ୍ୟକ୍ଷ ମୌଖିକ କହିଲେ କମିଟି ଆଗରେ ଗାଡି ମାଲିକଙ୍କୁ ତୁମକୁ ଅଧାଘଣ୍ଟା ସମୟ ଦେଉଛି, ଆମକୁ ଆର,ସି,ବହିର ମୂଳ କପି ଆଣି ଦେଖାଅ । ସେହି ଗାଡିର ମାଲିକ ବାହାରକୁ ଯାଇ ନେଟରୁ ଏକ ନକଲ କପି ଆଣି ଦେଇଥିଲେ, ଯାହା ନିୟମ ଅନୁଯାୟୀ ଗ୍ରହଣୀୟ ନୁହେଁ, ସେହି ଆର,ସି,ପ୍ରମାଣ ପତ୍ରର ଦୁଇଜଣଙ୍କ ଗାଡି ମାଲିକ ନାମ ଉଲ୍ଲେଖ ରହିଛି, ଯଥା ସୁଶାନ୍ତ ଜେନା, ଅନ୍ୟ ଜଣଙ୍କ ନାମ ଶ୍ରୀରାମ ଜେନା , ସେହି ଗାଡି ମାଲିକ ଫିଟିନେସନ୍ ପ୍ରମାଣ ପତ୍ର ନକଲ କିମ୍ବା Original ଦେଇନାହାନ୍ତି, ଟେଣ୍ଡର ଫର୍ମ ପରିବତ୍ତେ ସାଧା କାଗଜରେ ଦରଖାସ୍ତଟିଏ ଦେଇଛନ୍ତି, ତାହା ମଧ୍ୟ ନିୟମ ବିରୋଧ ଅଟେ, କୈଣସି ମୂଳ କପି ନଥିବା ବେଳେ ଏହାକୁ ପ୍ରଥମ ପସନ୍ଦରେ କିଛି ସଦସ୍ୟ ଚୟନ କରିବା ନେଇ ବିଭାଗର ସ୍ବଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଏହା ପଛରେ ବ୍ଯାପକ ଅର୍ଥ କାରବାର ହୋଇଥିବାର ସନ୍ଦେହ ପ୍ରକାଶ ପାଇଛି, ଏ ସମ୍ଫର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ନିତ୍ଯାନନ୍ଦ ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଟେଣ୍ଡର ପ୍ରକ୍ରୀୟାରେ କିଛି ଅସୁବିଧା ନାହିଁ, ଚୟନ ପ୍ରକ୍ରିୟାରେ କୈଣସି ଅନିୟମିତତା ନାହିଁ ବୋଲି କହିଛନ୍ତି, ଏଣୁ ଅଭିଯୋଗକାରୀ କହିଛନ୍ତି ତୁରନ୍ତ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ତଦନ୍ତ କରି ଅଭିଯୋଗ କରିଥିବା ପ୍ରାର୍ଥୀକୁ ଉଚିତ ନ୍ଯାୟ ପ୍ରଦାନ କରାଯାଉ, ନଚେତ ବାଧ୍ୟ ଅଭିଯୋଗକାରୀ ଆଇନରେ ଆଶ୍ରୟ ନେବା ପାଇଁ ଚେତାବନୀ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Advertisement