କୋଭିଡ-୧୯ ସମୟରେ ଦେଶରେ ୪୧ ହଜାରରୁ ଊର୍ଦ୍ଧ୍ଵ ଆୟୁଷ୍ମାନ ଭାରତ-ସ୍ଵାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଜରିଆରେ ସାର୍ବଜନୀନ ଓ ବିସ୍ତୃତ ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ

146
ADVERTISEMENT

ନୂଆଦିଲ୍ଲୀ, ୧୧-୦୭-୨୦୨୦: ଆୟୁଷ୍ମାନ ଭାରତର ମୁଖ୍ୟ ଅବଲମ୍ବନ ଭାବେ ପରିଚିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସାର୍ବଜନୀନ ପ୍ରାଥମିକ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଉଛି । ୨୦୨୨ ସୁଦ୍ଧା ୧.୫ ଲକ୍ଷ ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ଏଚଡବ୍ଲୁସି)ରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

କରୋନା ସଂକ୍ରମଣ ଦେଶରେ ଏଚଡବ୍ଲୁସିଗୁଡିକ ପର୍ୟ୍ୟାପ୍ତ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାର ଉଦାହରଣ ପରିଲକ୍ଷିତ ହୋଇଛି । ଝାଡଖଣ୍ଡରେ ଜନସ୍ୱାସ୍ଥ୍ୟ ସର୍ଭେ ସପ୍ତାହ କାଳରେ ଏଚଡବ୍ଲୁସିର ସଦସ୍ୟମାନେ ସର୍ଦ୍ଦି, ଜ୍ଵର, ଶ୍ଵାସକ୍ରିୟା ଜନିତ ରୋଗର ଲକ୍ଷଣ ଥିବା ଲୋକମାନଙ୍କର କରୋନା ସଂକ୍ରମଣ ପରୀକ୍ଷା କରାଇଛନ୍ତି । ଓଡିଶାର ସୁବଳୟାଠାରେ ଏଚଡବ୍ଲୁସିର ସଦସ୍ୟମାନେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କରୋନା ସଂକ୍ରମଣ କାଳରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଛନ୍ତି । ଏଗୁଡିକ ମଧ୍ୟରେ ସାବୁନରେ ବାରମ୍ବାର ହାତ ଧୋଇବା, ବାହାରକୁ ଯିବାବେଳେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାଛଡା ସେମାନେ ପ୍ରବାସୀ ମାନଙ୍କ ପାଇଁ ସୁସ୍ଥତାର ଅଧିବେଶନମାନ ଆୟୋଜନ କରିଛନ୍ତି । ରାଜସ୍ଥାନର ଗ୍ରାନ୍ଧିଠାରେ ଏଚଡବ୍ଲୁସି ଟିମ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ବିକାନୀର, ଯୋଧପୁର ସୀମା ତନଖି ଫାଟକ ନିକଟରେ ଆସୁଥିବା ବ୍ୟକ୍ତିମାନଙ୍କର ସମ୍ଭାବ୍ୟ କରୋନା ପରୀକ୍ଷାରେ ସାହାଯ୍ୟ କରିଛନ୍ତି । ସେହିପରି ମେଘାଳୟଠାରେ ସେମାନେ ବିଭିନ୍ନ ଗୋଷ୍ଠୀ ମୁଖିଆ ଓ ବିଦ୍ୟାଳୟ ଶିକ୍ଷକମାନଙ୍କୁ କରୋନା ସଂକ୍ରମଣ ନେଇ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ବୁଝାଇଛନ୍ତି ।

ଗତ ଫେବୃଆରୀ ପହିଲାରୁ ଆଜି ପର୍ୟ୍ୟନ୍ତ ୫ ମାସ ମଧ୍ୟରେ ପ୍ରାୟ ୮.୮ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଏହା ଗତ ଏପ୍ରିଲ ୨୦୧୮ରୁ ଜାନୁଆରୀ ୩୧, ୨୦୨୦ର ଅବଧି ଅର୍ଥାତ ୨୧ ମାସ ମଧ୍ୟରେ ହୋଇଥିବା ଉପଚାର ସହ ସମାନ । ଲକଡାଉନ କାଳରେ ବିଭିନ୍ନ ପ୍ରତିବନ୍ଧକ ସତ୍ଵେ ଏଭଳି ପଦକ୍ଷେପ ନିଆଯାଇଛି । ଏହାଛଡା ଗତ ୫ ମାସ ମଧ୍ୟରେ ଏଚଡବ୍ଲୁସି ପକ୍ଷରୁ ୧.୪୧ କୋଟି ଲୋକଙ୍କ ଉଚ୍ଚ ରକ୍ତଚାପ, ୧.୧୩ କୋଟି ଲୋକଙ୍କ ମଧୁମେହ, ୧.୩୪ କୋଟି ଲୋକଙ୍କ ମୁଖଗହ୍ଵର, ସ୍ତନ ଓ ଗ୍ରୀବା ରୋଗର ଲକ୍ଷଣ ପରୀକ୍ଷା କରାଯାଇଛି । ଏଚଡବ୍ଲୁସି ପକ୍ଷରୁ ୫.୬୨ ଲକ୍ଷ ଉଚ୍ଚ ରକ୍ତଚାପ ରୋଗୀ ଓ ୩.୭୭ ଲକ୍ଷ ମଧୁମେହ ରୋଗୀଙ୍କୁ କେବଳ ଜୁନ ମାସରେ ଔଷଧ ପ୍ରଦାନ କରାଯାଇଛି । ୬.୫୩ ଲକ୍ଷ ରୋଗ ଓ ସୁସ୍ଥତା କାର୍ୟ୍ୟକ୍ରମ ଦେଶବ୍ୟାପୀ କରୋନା ଆରମ୍ଭ କାଳରୁ ଏଚଡବ୍ଲୁସି ପକ୍ଷରୁ କରାଯାଇଛି ।

କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ କରୋନା ସଂକ୍ରମଣ ସହ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ ଏଚଡବ୍ଲୁସି ପକ୍ଷରୁ କାର୍ୟ୍ୟ କରାଯାଇଛି । ଗତ ଜାନୁଆରୀରୁ ଜୁନ ମାସ ମଧ୍ୟରେ ୧୨,୪୨୫ ଏଚଡବ୍ଲୁସି କାର୍ୟ୍ୟକ୍ଷମ ହେବା ଫଳରେ ମୋଟ ଏଚଡବ୍ଲୁସି ସଂଖ୍ୟା ୨୯,୩୬୫ରୁ ୪୧,୭୯୦କୁ ବୃଦ୍ଧି ପାଇଛି । କୋଭିଡ ବ୍ୟତୀତ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ ଯେପରି ସାହାଯ୍ୟ ସହଯୋଗ କରାଯିବ ସେଥିପ୍ରତି ସିଡବ୍ଲୁସିର ସଦସ୍ୟମାନେ କଡା ନଜର ରଖିଛନ୍ତି । ଏଚଡବ୍ଲୁସି ଟିମ ମଧ୍ୟ ଅଣସଂକ୍ରମିତ ରୋଗୀମାନଙ୍କର ତାଲିକା ପ୍ରସ୍ତୁତ କରିବା ସହ ଯେଉଁମାନେ ଅନ୍ୟାନ୍ୟ ଜଟିଳ ରୋଗର ଶିକାର ହୋଇଛନ୍ତି ସେମାନେ ଯେପରି ସଂକ୍ରମଣର ଶିକାର ନହୁଅନ୍ତି ସେଥିପାଇଁ ପରାମର୍ଶ ଦେଇଛନ୍ତି । ଏଚଡବ୍ଲୁସି ପକ୍ଷରୁ ଟୀକାକରଣ କାର୍ୟ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ରାଜଯକ୍ଷ୍ମା, କୁଷ୍ଠ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କ ପାଇଁ ଏଚଡବ୍ଲୁସି ଟିମ ପକ୍ଷରୁ ଔଷଧ ମଧ୍ୟ ବିତରଣ କରାଯାଇଛି । ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର ପକ୍ଷରୁ ସମାଜରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ସୁବିଧା କରାଯିବା ସହ ବୈଶ୍ଵିକ ମହାମାରୀ ପାଇଁ ମଧ୍ୟ ସିଡବ୍ଲୁସି କାର୍ୟ୍ୟ କରୁଛି ।

Advertisement