ସ୍ବଛ ଭାରତର ଜ୍ୱଳନ୍ତ ଉଦାହରଣ ବଲାଙ୍ଗୀର ମୁନସୀପାଲଟି

189
ADVERTISEMENT

ବଲାଙ୍ଗୀର ,୯/୭(ଦେବବ୍ରତ ଗୁରୁ) : ଏହା ହେଉଛି ପୋଲିସ ଷ୍ଟେସନ ସାମ୍ନାର ରାଜବାଟୀ ରାସ୍ତା ଯାହା ବଲାଙ୍ଗୀର ମୁନସିପାଲିଟି ଅଫିସ ଛକରେ ମିଶିଛି ମାତ୍ର ୧୦୦/୧୫୦ ମିଟରର ରାସ୍ତା l ଦେଖିଲେ ଜଣାପଡୁଛି କୌଣସି କଳା ଧଳା ସିନେମାର ଗରିବ ବସ୍ତିର ଏକ ରୋଡ଼ l ରାସ୍ତା ଦି ପଟରେ ଗଦା ଗଦା ଅଳିଆ ଆବର୍ଜନା l ପାଖ ହୋଟେଲ ମାନେ ବି ଅନେକ ଚତୁର, କେତେବେଳେ ଆସି ପୋଡା କୋଇଲା ଆଣି ଗଦେଇ ଦିଅନ୍ତି ଯେ କିଏ ଟେର ବି ପାଇନଥାନ୍ତି l ବର୍ଷା ଦି ବୁନ୍ଦା ପଡିଲେ ରାସ୍ତା ଅବସ୍ଥା ଏତେ କଦର୍ଯ୍ୟ ହୋଇଯାଏ ଯେ ଘୁଷୁରୀ କୁକୁର ବି ନାକ ଟେକି ପଳାଇ ଯାଏ l ବଲାଙ୍ଗୀର ଉଚ୍ଚ ପ୍ରଶାସନ ତ ଖଜୁରୀ ଗଛ ସେଥିରେ ପୁଣି ଜୋଟ ପଡିଛନ୍ତି ମୁନସିପାଲଟିର ପ୍ରଶାସନ l
ବଲାଙ୍ଗୀର ମୁନସିପାଲିଟି ଅଧିକାରୀ ପୁଣି ଏ ବାଟ ଦେଇ ସବୁଦିନ ଯାତାୟାତ କରନ୍ତି ତେବେ ତାଙ୍କୁ କଣ ପଡିଛି l ଶୀତତାପ ନିୟନ୍ତ୍ରିତ, ଡବଲ ଡନଲପ ଗଦି ଦିଆ ଗାଡି l ଝରକା କାଚ ବନ୍ଦ ପୁଣି ମୋବାଇଲରେ ମୁହଁ ଚିପିକି ଥାଏ l କେମିତି ବା ସେ ଜାଣି ପାରିବେ କୁହନ୍ତୁ l ତାଙ୍କୁ ଆମେ ମୋଟେ ଦୋଷ ଦେଉନୁ l ଆମ ଜନତାଙ୍କ ଭାଗ୍ୟ ଖରାପ ଯେ ଦୁଇ କରିତକର୍ମା ଅଧିକାରୀ ମିଳିଛନ୍ତି ଯେଉଁ ମାନଙ୍କ ଦ୍ୱାରା ଆଳୁ ବି ସିଝୁନି l

Advertisement