ଖମରମୁଣ୍ଡ। ଗ୍ରାମରେ ବନାମହୋତ୍ସବ ପାଳିତ

234
ADVERTISEMENT

ବଲାଙ୍ଗୀର, ୭/୭ ( ସୁନୀଲ ତ୍ରିପାଠୀ):ଖମରମୁଣ୍ଡ। ଗ୍ରାମରେ ୭୧ତମ ବନାମହୋତ୍ସବ ପାଳିତ । ଗ୍ରାମରେବଲାଙ୍ଗୀର ବନଖଣ୍ଡ ଦ୍ୱାରା ଆୟୋଜିତ ୭୧ତମ ବନ ମହୋତ୍ସବ ସ୍ଥାନୀୟ ଖମାରମୁଣ୍ଡା ଗ୍ରାମ୍ୟ ଜଙ୍ଗଲ ପରିସର ରେ ସମ୍ପୂର୍ଣ ସରକାରୀ Covid-19 ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ। ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଲେ ମାନ୍ୟବର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ଶ୍ରୀ ମିଶ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରି ନିଜ ବକ୍ତବ୍ୟ ରେ ବୃକ୍ଷ ହିଁ ଜୀବନ କହି ଜଙ୍ଗଲ ସଂରକ୍ଷଣ ଉପରେ ନିଜର ସୁଚିନ୍ତିତ ମତାମତ ପ୍ରକାଶ କଲେ । ଗଛ ର ସଂଖ୍ୟା କୁ ବଢ଼ାଇ ସନ୍ତୁଳିତ ପରିବେଶ ସୃଷ୍ଟି କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ । ପିପ୍ପଳ ଗଛ ଦିନ ରାତି ଅନବରତ ଅମ୍ଳଜାନ ଦେଉଥିବାରୁ ବନବିଭାଗ କୁ ଅଧିକ ରୁ ଅଧିକ ପିପ୍ପଳ ଗଛ ଲଗାଇବା ସହିତ ଜାମୁ,କଅ,ନିମ୍ବ ଇତ୍ୟାଦି ପ୍ରଜାତି ର ଚାରା ଲଗାଇବା କୁ ଅନୁରୋଧ କଲେ ବିଧାୟକ ନରସିଂହ ମିଶ୍ର ।

Advertisement