ବଲାଙ୍ଗୀର,୫/୭(ସୁନୀଲ ତ୍ରିପାଠୀ) : ବଲାଙ୍ଗିରର କେତେକ ପେଟ୍ରୋଲ ପମ୍ପରେ ଏମିତି ଜାଲିଆତି କରୁଥିବା ଦେଖିବାକୁ ମିଳିଛି। ସେଲ୍ସମ୍ୟାନର ସହଯୋଗରେ ଲୁଟ ହେଉଛି ପେଟ୍ରୋଲ। ତେଣୁ ଅଯୁଗ୍ମ ସଂଖ୍ୟା ଟଙ୍କାରେ ପେଟ୍ରୋଲ ଭରିବାକୁ ଆପଣମାନଙ୍କୁ ଅନୁରୋଧ । କାହିଁକିନା ରାଉଣ୍ଡ ଫିଗରରେ ଟିକେ କମ୍ ପେଟ୍ରୋଲ ଆସେ। ପେଟ୍ରୋଲ ପମ୍ପର ମିଟରରକୁ ସେମିତି ସେଟିଂ କରାଯାଇଥାଏ ବୋଲି ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଯାଣିଥିବେ ।
ତା ହେଲେ କେମିତି ହେଉଛି ଲୁଟ ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ପେଟ୍ରୋଲ ପମ୍ପର ପାଇପ ମୁନରେ ଏକ ଲକ୍ ସିଷ୍ଟମ ଥାଏ। ପେଟ୍ରୋଲ ପକାଇଲା ସମୟରେ ସେଲ୍ସମ୍ୟାନ ଗ୍ରାହକ କହୁଥିବା ଟଙ୍କାର ପେଟ୍ରୋଲ ମିଟର୍ ରେ ଟିପିଥାନ୍ତି ଓ ଗାଡିର ଟାଙ୍କିରେ ଲଗାଇ ଲକ୍ ଖୋଲନ୍ତି। ଠିକ୍ ଏହି ସମୟରେ ହୋଇଥାଏ ଲୁଟ।
୧୧୦ ଟଙ୍କା ର ପେଟ୍ରୋଲ ଗାଡିରେ ପକାଇଲେ ସେଲ୍ସମ୍ୟାନ ୧୦୦ ଟଙ୍କା ମିଟରେ ଉଠିଲା ପରେ ପମ୍ପ ର ଲକ୍ କୁ ବନ୍ଦ କରିଦିଅନ୍ତି। ଯାହା ଫଲରେ ୧୦ ଟଙ୍କା ର ପେଟ୍ରୋଲ ରହିଯାଏ। ଏପରି ଦିନକୁ ହଜାର ହଜାର ଲୋକ ଗାଡି ରେ ପେଟ୍ରୋଲ ପକାଉଥିବା ବେଳେ ଏପରି ଭାବେ ହୋଇଥାଏ ହରିଲୁଟ। ତାହା ପମ୍ପ ମାଲିକ ପାଖକୁ ଯାଏ ନା ସେଲ୍ସମ୍ୟାନ ପାଖକୁ ଯାଏ ତାହା ଭଗବାନଙ୍କୁ ଜଣା। ଗାଡିରେ ପେଟ୍ରୋଲ ପକାଇବା ସମୟରେ ଟିକେ ସତର୍କ ରହିଲେ ଆମେ ଏଭଲି ଲୁଟକୁ ଏଡାଇ ପାରିବା।