ବଲାଙ୍ଗୀର ,୪/୭ ଦେବବ୍ରତ ଗୁରୁ ): ଆମ୍ବୁଲେନସ ଆସିଲାନି ୩ ଘଣ୍ଟା ପଡିରହିଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି । ସାହାଯ୍ୟ ହାତ ବଢ଼ାଇଲେ ଲୋଇସିଂହା ମାହେଶ୍ୱରି ସଂଗଠନ । ଲୋଇସିଂହା ନିକଟସ୍ଥ କୂଟେନପାଲି ଗାଁ ପାଖରେ ରେ ଟେମ୍ପୋ ଏବଂ ସ୍କୁଟି ମଧ୍ୟରେ ରେ ଧକ୍କା ହୋଇଥିଲା । ୩ ଜଣ ଗୁରୁତର ହୋଇଥିଲେ । ତାଙ୍କୁ ୧୦୮ ଏମ୍ବୁଲେନସ ମାଧ୍ୟମରେ ନିଆଗଲାଣି ଏବଂ ବାକି ୨ ଜଣଙ୍କୁ ଧକ୍କା ଦେଇ ଥିବା ଟେମ୍ପୋ ବାଲା ହସ୍ପିଟାଲ ଆଣି ଫେରାର ହୋଇଯାଇଥିଲା । ତାପରେ ବଲାଙ୍ଗିର ନେବା ପାଇଁ ପରାମର୍ଶ ଦେଲେ, ତାପରେ ଆମେ ୧୦୮ କୁ ଫୋନ୍ କରିବା ରୁ ଆମକୁ କିଛି ଉତ୍ତର ମିଳିଲା ନାହିଁ, ତାପରେ ଆମେ ତାଙ୍କୁ ଅନ୍ୟ ବାହାନ ମାଧ୍ୟମରେ ତାଙ୍କୁ ନେବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଲକଡାଉନ ଏବଂ କରୋନା ମହାମାରି ପାଇଁ କୌଣସି ବ୍ୟବସ୍ଥା ହୋଇପାରିଲା ନାହିଁ ଏବଂ ଦୁର୍ଭାଗ୍ୟ ର କଥା ଲୋଇସିଂହା ଡାକ୍ତରଖାନା ରେ ଦୁଇ ବର୍ଷ ହେଲା ଏମ୍ବୁଲେନସ ମଧ୍ୟ ନାହିଁ।କିଛି ସମୟ ପରେ ଆମେ ପୁଣି ୧୦୮ କୁ ଯୋଗାଯୋଗ କଲୁ ଓ ତାଙ୍କ ପରିବାର ଲୋକଙ୍କୁ ଏବଂ ଏମ୍ବୁଲେନସ ରେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନା କୁ ପଠାଇଥିଲୁ।
