ବଲାଙ୍ଗୀର, ୧।୭:(ସୁନଲ ତ୍ରିପାଠୀ): ଆଜି ସୋନପୁର ଜିଲ୍ଲା ସୋନପୁର ବ୍ଳକର ତରେଇ କେଲା ନିକଟରେ ୫୭ ନଂ ଏନ ଏଚ ଠାରେ ଗୋଟିଏ କାର ଓ ଗୋଟିଏ ବୋଲେରୋ ମଧ୍ୟ ରେ ଧକ୍କା ହୋଇଛି । ଏହି ଦୁର୍ଘଟଣା ରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୂଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ବିଶେଷ ପରିଚୟ ମିଳିପାରିନାହି । ଆହତ ମାନେ ତରଭା ଡାକ୍ତର ଖାନାରେ ଚିକିତ୍ସିତ ଅଛନ୍ତି । ଘଟଣା ସ୍ଥଳରେ ତରଭା ପୋଲିସ ପହଞ୍ଚି ଘଟଣା ର ତଦନ୍ତ କରୂଛନ୍ତି ।