” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦର ୫ମ ପର୍ଯ୍ଯାୟ ରେ ସମ୍ମାନିତ ହେବେ ୩ଜଣ ପ୍ରତିଯୋଗୀ

817
ADVERTISEMENT

ବାଲେଶ୍ଵର,୨/୬(ନରେନ୍ଦ୍ର ବେହେରା) : ବର୍ତ୍ତମାନ ସମାଜ ପାଇଁ ସାହିତ୍ୟର ବିକାଶ ଅତ୍ଯନ୍ତ ଜରୁରୀ ହୋଇପଡିଛି । ସାହିତ୍ୟର ବିକାଶ ବିନା ରାଜ୍ୟର ଦେଶର ବିକାଶ ଅସମ୍ଭବ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସାହିତ୍ୟ ଅନୁଷ୍ଠାନମାନ ଗଢିଉଠୁଛି । ହେଲେ ଦୁଃଖର ବିଷୟ ସାମ୍ପ୍ରତିକ ସାହିତ୍ୟ ସଭା ଗୁଡିକରେ ପଦ୍ଯ ଆବୃତ୍ତିକୁ ଗୁରୁତ୍ୱ ଦିଆଯାଇ ଗଦ୍ଯ(ଗଳ୍ପ/ପ୍ରବନ୍ଧ)ର ବ୍ୟବହାରକୁ ଉପେକ୍ଷା କରାଯାଉଛି। ଯାହାଦ୍ୱାରା ସାରସ୍ବତ ସାଧକ/ସାଧିକା ମାନଙ୍କର ଗଦ୍ଯ ସାହିତ୍ୟ ପ୍ରତି ଥିବା ଆଗ୍ରହ ଧିରେ ଧିରେ କମି ଯାଇଥାଏ । ତେଣୁ ସେମାନଙ୍କ ମଧ୍ୟରେ ଗଦ୍ଯ(ଗଳ୍ପ/ପ୍ରବନ୍ଧ) ସାହିତ୍ୟକୁ ପୁନଃଜାଗରଣ ସକାଶେ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ,ଖଇରା,ବାଲେଶ୍ଵର ଅଣ୍ଟା ଭିଡିଛି । ଅନୁଷ୍ଠାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ସାହିତ୍ୟ ଅନୁରାଗୀ ମାନଙ୍କୁ ନେଇ ଆରମ୍ଭ କରିଛି ଗଦ୍ଯ(ଗଳ୍ପ/ପ୍ରବନ୍ଧ) ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ । ଏଥିପାଇଁ ଅନୁଷ୍ଠାନ କାହାରି ପାଖରୁ ଟଙ୍କାଟିଏ ବି ଗ୍ରହଣ କରେନାହିଁ କିମ୍ବା ମାନପତ୍ର ବା ଡିଜିଟାଲ ପ୍ରମାଣପତ୍ର ପାଇଁ କୌଣସି ପ୍ରତିଯୋଗୀଙ୍କୁ ଅନୁଷ୍ଠାନକୁ ଏକଟଙ୍କା ଦେବାକୁ ପଡିବ ନାହିଁ । କାରଣ ଗଦ୍ଯ ସାହିତ୍ୟର ବିକାଶ ପାଇଁ ଅନୁଷ୍ଠାନ ସର୍ବଦା ଅହରହ ଉଦ୍ଯମ କରି ଚାଲିଛି । କେବଳ ଗଦ୍ଯ ସାହିତ୍ୟର ବିକାଶ ପାଇଁ ସଂକଳ୍ପ ନେଇଥିବାରୁ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିଜସ୍ବ ଅର୍ଥରେ ଏଭଳି ଉଦ୍ଯମ ଜାରିରଖିଛନ୍ତି ।
୫ମ ପର୍ଯ୍ଯାୟ ପ୍ରତିଯୋଗିତାର ପ୍ରସଙ୍ଗ- ” ସ୍ବାର୍ଥପରତା ସୁସମ୍ପର୍କର ସବୁଠୁ ବଡ଼ ପ୍ରତିବନ୍ଧକ ” ରେ ସରସ୍ବତୀ ପଣ୍ଡା, ଶ୍ରୀରାମପୁର, ମଙ୍ଗଳପୁର, ଯାଜପୁର, ପ୍ରଥମ, ରୁକ୍ମଣୀ ସାହୁ,ଉଦଳା,ମୟୂରଭଞ୍ଜ ଦ୍ବିତୀୟ ଓ ନିବେଦିତା ମହାପାତ୍ର ମୁକୁନ୍ଦମିଶ୍ର ନଗର,ଗୋପୀନାଥପୁର,ପୁରୀ ତୃତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହେବାକୁ ଯୋଗ୍ଯା ବିବେଚିତ ହୋଇଥିଵା ବେଳେ ରଞ୍ଜନ କୁମାର ପଣ୍ଡା, ସୁଜାତା ମହାନ୍ତି, ଛବିରାଣୀ ପତି,ସ୍ବର୍ଣ୍ଣଲତା ପତି,ସଞ୍ଜୁକ୍ତା ସାହୁ,ମାମିନୀ ଦାଶ,ଅଶୋକ କୁମାର ପତି,ପ୍ରତାପ କିଶୋର ରାଉତ,ସନ୍ଧ୍ୟା ରାଣୀ ଦାଶ,ବାସନ୍ତୀ ଲତା ଜେନା,ସୀମାଞ୍ଚଳ ପଣ୍ଡା, ଶୋଭାଗିନୀ ନନ୍ଦ, ପ୍ରିୟମ୍ବଦା ରାଉତ,ଶ୍ରୀନିବାସ ଜେନା,ସସ୍ମିତା ଦାସ,ସୁଧାଞ୍ଜଳୀ ମିଶ୍ର ଓ ମାନସ ରଞ୍ଜନ ଯେନାଙ୍କୁ ମିଶାଇ ମୋଟ ୨୦ଜଣ ପ୍ରତିଯୋଗୀ ଭାଗନେଇଥିଲେ । ସାରସ୍ବତ ସାଧକ/ସାଧିକାମାନେ ହ୍ଵାଟ୍ସଆପ୍ ଜରିଆରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କର ପ୍ରବନ୍ଧ ଗୁଡିକୁ ସମୀକ୍ଷା କରିବା ପାଇଁ ମୁଖ୍ୟ ସମୀକ୍ଷକ ଦାୟିତ୍ୱରେ ଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବେଳେଶ୍ବର ପଞ୍ଚାୟତ ଜମ୍ଭରା ଗ୍ରାମର ଶିକ୍ଷକ ତଥା ସୁ-ସାହିତ୍ଯିକ ନାରାୟଣ ଚନ୍ଦ୍ର ସେନାପତି ଓ ତାଙ୍କର ସହଯୋଗୀ ପରୀକ୍ଷକମାନଙ୍କ ମୂଲ୍ୟାୟନ ପରେ ପରିଚାଳନା କମିଟିର ସମୀକ୍ଷା ଓ ସିଦ୍ଧାନ୍ତ କ୍ରମେ ଶ୍ରୀ ସେନାପତି ଫଳାଫଳ ଘୋଷଣା କରିଥିଲେ ।

  ସମସ୍ତଙ୍କ ମତାମତକୁ ସମ୍ମାନ ଜଣାଇ ଏହି ୫ମ ପର୍ଯ୍ଯାୟରୁ ପ୍ରତି ପର୍ଯ୍ଯାୟର ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପୁରସ୍କୃତ କରିବା ପାଇଁ ସିନ୍ଧାନ୍ତ ନେଲା । ଦୂରେଇ ଯାଉଥିବା ଗଦ୍ଯ(ଗଳ୍ପ/ପ୍ରବନ୍ଧ) ସାହିତ୍ୟକୁ ପ୍ରତିଯୋଗିତା ମାଧ୍ୟରେ ନିକଟତର କରିବା ହେଉଛି ଅନୁଷ୍ଠାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ।  ଯେଉଁମାନେ କି ଲେଖାଲେଖି କରୁଛନ୍ତି କିନ୍ତୁ ସାହିତ୍ୟ ଜଗତର ଆଲୋକ ସ୍ପର୍ଶ କରି ପାରୁନାହାନ୍ତି , ସେମାନଙ୍କୁ ଏହି ପ୍ରତିଯୋଗିତା ମାଧ୍ୟରେ ଖୋଜି ବାହାର କରି ସାହିତ୍ୟ ଜଗତରେ ପରିଚିତ କରାଇବା ହେଉଛି ଅନୁଷ୍ଠାନର ଅନ୍ୟ ଏକ ପ୍ରଧାନ ଲକ୍ଷ୍ୟ । ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
Advertisement