କୋଭିଡ-୧୯ ଏବଂ ସ୍ବଚ୍ଛ ଭାରତ ପାଇଖାନା ଗୃହ ନିର୍ମାଣରେ ମହାଦୁର୍ନୀତି ପ୍ରତିବାଦ କଲେ ମିଳୁଛି ଧମକ !

267
ADVERTISEMENT

ବାଲେଶ୍ବର,୩୦-୦୫(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତରେ କୋଭିଡ-୧୯ ପାଇଁ ନିର୍ମାଣ ହୋଇଥିବା ପାଇଖାନା ଗୃହରେ ମହାଦୁର୍ନୀତି ଜଣାପଡିଛି । ଘଟଣାରୁ ଜଣାଯାଇଛି ସାରୁଗାଁ ଗ୍ରାମରେ ଥିବା ଭଗବାନ ସଦାନନ୍ଦ ହାଇସ୍କୁଲକୁ ସରକାରଙ୍କ ତରଫରୁ କୋଭିଡ-୧୯ ସେଣ୍ଟର ଭାବେ ଘୋଷଣା କରାଯାଇଛି । ସେହି ସେଣ୍ଟରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଯୁଦ୍ଧକାଳୀନ ଭିତରେ ସରକାରଙ୍କ ତରଫରୁ ପାଇଖାନ ଗୃହ ବ୍ଲକ ଜିଓ ଟେକର ହିମାଂଶୁ ଶେଖର ଦାସଙ୍କ ତତ୍ତ୍ବାବଧାନରେ ନିର୍ମାଣ ହୋଇଥିଲା । ହେଲେ ପ୍ରାୟ ୧୫ଦିନ ନପୁରୁଣୁ ଖସିପଡିଲା କବାଟ । ଯାହା ଗ୍ରାମବାସୀଙ୍କ ଠାରୁ ରିପୋର୍ଟ ମିଳିଛି । ଏଥିସହିତ ପଞ୍ଚାୟତରେ ପହଲି ନାୟକଙ୍କ ସ୍ବଚ୍ଛ ଭାରତ ପାଇଖାନ ଗୃହ ନିର୍ମାଣ ପାଇଁ ଏତେ ଦାମିକା ଇଟା ନିର୍ମାଣକାରୀ ଆଣିଛନ୍ତି ଯେ ସାମାନ୍ୟ ବର୍ଷାରେ ସିମେଣ୍ଟ ଇଟା ଧୋଇଯାଉଛି ! ପଚାରିଲେ ସରକାର ଏହିଭଳି ଇଟା ଦେଉଛନ୍ତି ବୋଲି ଶ୍ରୀ ଦାଶ ପହଲି ନାୟକଙ୍କୁ କହିଛନ୍ତି,ଆହୁରି ମଧ୍ୟ କହିଛନ୍ତି ଏବାବଦରେ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କଲେ ମୋର କିଛି ହେବନି କି କେହିକିଛି ମୋର କରିପାରିବେ ନାହିଁ ବୋଲି କହି ଶ୍ରୀ ଦାଶ ଧମକ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ସତରେ କ’ଣ ସରକାର ଏହିଭଳି ଦେଉଛନ୍ତି ! ନା ନିର୍ମାଣକାରୀ ଟଙ୍କା ହଡପ କରିବା ପାଇଁ କମ୍ ଦାମରେ ଇଟା କିଣି ସରକାରଙ୍କୁ ବଦନାମ କରୁଛନ୍ତି ! ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଦ୍ବାରା ତଦନ୍ତ କରାଗଲେ ସତ୍ଯାସତ୍ଯ ପ୍ରକାଶ ହୋଇପାରିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

Advertisement