ସାଇକଲରେ ନାଗପୁର ରୁ ଗଞ୍ଜାମ ଅଧାବାଟରେ ସହଯୋଗ ହାତ ବଢ଼ାଇଲେ ସାମ୍ବାଦିକ ଓ ସମାଜସେବି

314
ADVERTISEMENT


କନ୍ଧମାଳ କନ୍ଧମାଳ ,୨୪୫(ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ବ୍ଲକ ଦେଇ ୯ ଜଣ ପ୍ରବାସୀ ଓଡ଼ିଆ ସାଇକଲ ଯୋଗେ ଗଞ୍ଜାମ ଯାଉଥିଲେ ସେଠାରେ ଦୁନିଆ ହାଲଚାଲ ଓ ନିୟୁଜ ୭ ପ୍ରତିନିଧି ଦେଖିବା ପରେ ପ୍ରବାସୀ ଓଡ଼ିଆଙ୍କୁ ପଚାରି ବୁଝିଥିଲେ | ଏହି ୯ ପ୍ରବାସୀ ପଞ୍ଜିକରଣ ପରେ ବି ଗାଁକୁ ଆସିପାରୁନଥିଲେ | କିଛି ସୁବିଧା ନ କରିବାରୁ ସାଇକଲରେ ବାହାରିଲେ ନିଜ ଗ୍ରାମକୁ | ସାରାଦେଶରେ ମହାମାରୀ କରୋନା କାୟାବିସ୍ତାର କରିଚାଲିଛି | ଲକ ଡାଉନ ଫଳରେ ଗାଡିମୋଟର ଟ୍ରେନ ଚଳାଚଳ ଵନ୍ଦ ରହିଛି କମ୍ପାନୀ ଵନ୍ଦ ରହିଛି | ପେଟର ଭୋକହେଉ ଅବା ଜନ୍ମମାଟିର ମୋହ ପ୍ରବସୀଙ୍କୁ ଗାଁକୁ ଫେରିବାକୁ ବାଧ୍ୟକରୁଛି | ଓଡିଶାର ଗଞ୍ଜାମ ଜ଼ିଲ୍ଲା ଗୋପାଳପୁର ଅଞ୍ଚଳର ୯ ଜଣ ଶ୍ରମିକ ଏକ ଘରୋଇ କମ୍ପାନୀ ଶ୍ରମିକ ଭାବେ କାମକରୁଥିଲେ କମ୍ପାନୀ ବନ୍ଦ ପରେ ସେମାନଙ୍କ ଚଳିବା ବହୁତ କଷ୍ଟ ହୋଇଗଲା ପେଟର ଭୋକ ସହିପାରିଲେନି ବାଧ୍ୟହୋଇ ସାଇକେଲ ଯୋଗେ ଓଡିଶା ଫେରିବାପାଇଁ ବାଧ୍ୟହେଲେ | ଧୁ ଧୁ ଖରାରେ ଦୀର୍ଘ ୧୪୦୦ କିଲୋମିଟର ଯାତ୍ରାପରେ ବାଲିଗୁଡାରେ ପହଞ୍ଚିଥିଲେ | ସରକାର ପ୍ରବାସୀ ନ ଚାଲିବା ପାଇଁ ଘୋଷଣା ଜାରି ସ୍ୱତେ ପ୍ରବାସୀ ରାସ୍ତାରେ ଚାଲୁଥିବା ଓ ସାଇକେଲରେ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ପରେ ୨ ସାମ୍ବାଦିକ ପ୍ରବାସୀଙ୍କ ପାଇଁ ଜଳପାନ, ବ୍ୟବସ୍ଥା କରିବା ସହ ବାଲିଗୁଡ଼ା ତହସିଲଦାରଙ୍କୁ ଗଞ୍ଜାମ ଯିବା ନିମନ୍ତେ ପାସର ବ୍ୟବସ୍ଥା କରିଥିଲେ ଓ ବାଲିଗୁଡ଼ାର ବିଷ୍ଣୁ ପ୍ରିୟା ଷ୍ଟଡ଼ିଓ ମାଲିକ ଗୋପାଳ ପାତ୍ର ଓ ସାଙ୍ଗ ମାନେ ମିଶି ସେମାନଙ୍କୁ ଏକ ଗାଡ଼ି ଯୋଗେ ପଠାଇବା ସହ ଖାଇବାର ବ୍ୟବସ୍ଥା କରିଥିଲେ |

Advertisement