ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

247
ADVERTISEMENT

ନୂଆଦିଲ୍ଲୀ,୧୨-୦୫(ଡି ଏଚ) :ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ସମସ୍ତ ବୈଜ୍ଞାନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଯେଉଁମାନେ ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରୁଛନ୍ତି । ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଟ୍ଵିଟ କରି କହିଛନ୍ତି,

“ଜାତୀୟ ପ୍ରଯୁକ୍ତି ଦିବସରେ ଟେକ୍ନୋଲୋଜି ବ୍ୟବହାର କରି ଅନ୍ୟମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣୁଥିବା ବୈଜ୍ଞାନିକମାନଙ୍କୁ ଦେଶ ଅଭିବାଦନ ଜଣାଉଛି । ୧୯୯୮ର ଏହି ଦିନରେ ଆମ ବୈଜ୍ଞାନିକମାନେ ହାସଲ କରିଥିବା ଅତୁଳନୀୟ ସଫଳତାକୁ ଆମେ ମନେ ରଖିଛୁ । ଏହା ଭାରତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା ବୋଲି ସେ କହିଥିଲେ ।

ମେ’ ୧୧, ୧୯୯୮ରେ ହୋଇଥିବା ପୋଖରାନ ପରୀକ୍ଷଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ଦୃଢ ରାଜନୈତିକ ନେତୃତ୍ୱ ହେତୁ ସେତେବେଳେ ପରମାଣୁ ପରୀକ୍ଷଣ ସମ୍ଭବ ହୋଇପାରିଥିଲା । ପ୍ରଧାନମନ୍ତ୍ରୀ ତାଙ୍କର ଏକ ମନ କି ବାତ କାର୍ୟ୍ୟକ୍ରମରେ ଏହି ପରୀକ୍ଷା ଉପରେ ନିଜର ଉକ୍ତି ମଧ୍ୟ ବାଣ୍ଟିଥିଲେ ।

“୧୯୯୮ରେ ପୋଖରାନରେ ହୋଇଥିବା ପରୀକ୍ଷଣ ଏକ ଦୃଢ ରାଜନୈତିକ ନେତୃତ୍ୱର ପାର୍ଥକ୍ୟକୁ ପ୍ରତିପାଦିତ କରିଥିଲା । ମନ କି ବାତ କାର୍ୟ୍ୟକ୍ରମ ଏକ ଅଧ୍ୟାୟରେ ଭାରତର ବୈଜ୍ଞାନିକ ଏବଂ ଅଟଳ ଜୀଙ୍କ ଉଲ୍ଲେଖନୀୟ ନେତୃତ୍ୱ ବିଷୟରେ ମୁଁ କହିଥିଲି,” ବୋଲି ସେ କହିଛନ୍ତି ।

ଅନ୍ୟ ଏକ ଟ୍ଵିଟରେ ଶ୍ରୀ ମୋଦୀ କରିଛନ୍ତି, “ଆଜି କୋଭିଡ-୧୯ରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ଟେକ୍ନୋଲୋଜି ଅନେକଙ୍କୁ ସାହାଯ୍ୟ କରୁଛି । ମୁଁ କରୋନା ଭୂତାଣୁକୁ ପରାସ୍ତ କରିବା ଦିଗରେ ଗବେଷଣା ଏବଂ ନବସୃଜନର ଆଗଧାଡିରେ ଥିବା ସମସ୍ତଙ୍କୁ ଅଭିବାଦନ ଜଣାଉଛି । ଆଶା କରୁଛି ଏକ ସୁସ୍ଥ ଓ ଉନ୍ନତ ପୃଥିବୀ ତିଆରି କରିବା ଲାଗି ଆମେ ଟେକ୍ନୋଲୋଜି ବ୍ୟବହାର ଜାରି ରଖିବା ।

Advertisement