ମୋହନା ବିଧାୟକଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

211
ADVERTISEMENT

ମୋହନା,୩୦ା୪(ମୋହନ ଗୌଡ):ସ୍ଥାନୀୟ ବିଧାୟକ ଦାଶରଥୀ ଗମାଙ୍ଗ ଅଚାନକ ମୋହନା ବ୍ଳକରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପସ୍ୱାସ୍ଥ୍ୟଗୁଡିକୁ ପରିଦର୍ଶନ କରିଛନ୍ତି । ବର୍ତ୍ତମାନ ସାରା ଭାରତରେ ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ତତ୍ସହିତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଜନସାଧାରଣଙ୍କ ହିତରେ ନିୟୋଜିତ କରିଛନ୍ତି । ଏଣୁ ପ୍ରଶାସନର କାର୍ଯ୍ୟ ଦକ୍ଷତା ଓ ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ନିର୍ବାହ କରିବା ପାଇଁ ବିଧାୟକ ଗମାଙ୍ଗ ଲୁହାଗୁଡି, ମୋହନା, ଚନ୍ଦ୍ରଗିରି, ଚାନ୍ଦିପୁଟ, ଲବାରସିଂ, ମହେନ୍ଦ୍ରଗଡ ଆଦି ପଚାଂୟତରେ ରହିଥିବା କ୍ୱାରେଂଟାଇନ୍ ଗୃହ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ପରିଦର୍ଶନ କରିଥିଲେ । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମାଣ ହେଉଥିବା ବିଭିନ୍ନ କଠୋରୀ, ଶୌଚାଳୟ, ରୋଗୀ ନେବା ଆଣିବା କରିବା ପାଇଁ ରାସ୍ତା ଏବଂ ସ୍ୱାସ୍ଥ୍ୟକେନ୍ଦ୍ର କୋଠାକୁ ରଙ୍ଗରେ ରଙ୍ଗୀୟୀତ ହୋଇ ସୁନ୍ଦର ଭାବେ କରାଯାଇଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ।

Advertisement