ସାନଖେମୁଣ୍ଡି, ୨୯/୦୪(ସପନ ଦାଶ) : କେନ୍ଦ୍ରୀୟ ଗାଇଡ୍ ଲାଇନ ଏବଂ ରାଜ୍ୟ ସରକାରଙ୍କ ଶିକ୍ଷାନୀତି ପ୍ରକାରେ ଗଣଶିକ୍ଷା ବିଭାଗ ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଧାରାରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି । ବ୍ୟବସ୍ଥିତ ସଂସ୍କାର ଗତ ଧାରାରେ ବିଦ୍ୟାଳୟର ପାରିପାର୍ଶିକ ବ୍ୟବସ୍ଥାର ଉନ୍ନତି ପାଇଁ ବହୁ ପ୍ରକାର ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରାଥମିକ ଶିକ୍ଷାରେ ଫଳପ୍ରସୂ ସଂସ୍କାର ଆଶା ରଖିଛନ୍ତି । ପରନ୍ତୁ ଶିକ୍ଷକତାକୁ ବୃତ୍ତି କରି ସରକାରୀ ଚାକିରୀରେ ଥାଇ ସ୍ଵବୃତ୍ତି ର ଆଢ଼ୁଆଳରେ ସମାଜ ବିରୋଧି କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ଅଭାବ ସମ୍ପ୍ରତି ସମାଜରେ ଦେଖିବାକୁ ମିଳୁନାହିଁ ।
ଆଜିର ଶିକ୍ଷକ ଗ୍ରାମ୍ୟ ରାଜନୀତି ,ଜମି ବେପାର, ଇଟା ଭାଟି ମାଲିକ,ଉଚ୍ଚ ସୁଧ୍ ଅର୍ଥ ନିବେଶକରି ସମାଜରେ ଅପନିନ୍ଦିତ ହେଉଥିବା ଖବର ଦେହସୁଆ ହୋଇଅଛି । ପରନ୍ତୁ ନିଜ ଗ୍ରାମ ବିଦ୍ୟାଳୟରେ ଚାକିରୀ କରି ବିଦ୍ୟାଳୟକୁ ବ୍ୟବସାୟ ଗୋଦାମ କରି ରଖିଥିବା ଶିକ୍ଷକ ଦେଖିବାକୁ କମ୍ ଥିବା ବେଳେ ତାହା ସାନଖେମୁଣ୍ଡି ବ୍ଲକ ଶିକ୍ଷାଧିକାରୀ ଙ୍କ ଅଧୀନ ସିଙ୍ଗପୁର କ୍ଳଷ୍ଟର ର ତାଳପୁର ପ୍ରକଳ୍ପ ୟୁ ପି ସ୍କୁଲରେ ଦେଖିବାକୁ ମିଳିଛି ।
କରୋନା ଭୁତାଣୁ ସଂକ୍ରମଣ ପ୍ରତିଷେଧକ ବ୍ୟବସ୍ଥା ଲକ୍ ଡାଉନ୍ ରେ ଅନ୍ୟ ରାଜ୍ୟରେ ଫସିଥିବା ପଞ୍ଚାୟତବାସୀଙ୍କ ନିର୍ଦ୍ଧାରିତ ୧୪ ଦିନିଆ ସରକାରୀ ଏକାନ୍ତ ବାସ ପାଇଁ ଆବଶ୍ୟକୀୟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କୋଠା ଅନ୍ୱେଷଣରେ ଥିବା ପୁଡ଼ାମାରୀ ସରପଞ୍ଚ ପ୍ରତିନିଧିଙ୍କ ତାଳପୂର ସ୍କୁଲ ଅନୁଧ୍ୟାନ ବେଳେ ନଜରକୁ ଆସିଛି ।
ସୂଚନା ପ୍ରକାରେ ଗତ ସୋମବାର ଦିନ ଅପରାହ୍ନରେ ତାଲପୁର ଗ୍ରାମ ଅନ୍ୟରଜ୍ୟ ଫେରନ୍ତା ଙ୍କ କୋରନା ସନ୍ଦିଗ୍ଧ ଙ୍କୁ ବିଦ୍ୟାରୟରେ ଏକାନ୍ତ ବାସ ବ୍ୟବସ୍ଥା ପାଇଁ ପଞ୍ଚାୟତରେ ଜିଲ୍ଲାପାଳ ଙ୍କ କ୍ଷମତାରେ ଥିବା ସରପଞ୍ଚ ଗାଁ ରେ ରହୁଥିବା ସହକାରୀ ଶିକ୍ଷକଙ୍କୁ ପଚାରି ଥିଲେ ।ସ୍କୁଲ୍ ଛୁଟି ଘୋଷଣା ହେତୁ ଚାବି ନିଜ ପାଖ୍ରେ ଥିବା ଦର୍ଶାଇ ପ୍ରଧାନ ଶିକ୍ଷକ ଙ୍କ ପରାମର୍ଶରେ ସ୍କୁଲ ଖୋଲିଥିଲେ ଏବଂ କୋଠା ଅନୁକ୍ଷଣ ହୋଇଥିଲା ।ପରେ ଏକ ଶ୍ରେଣୀ କୋଠା ଚାବି ଖୋଲାଯିବା ପରେ ସେଥିରେ ବହୁ ପରିମାଣରେ ସାଇଜ଼ କାଠ, କାଠ ତିଆରି ଦୁଆର ବନ୍ଧ( ଚଉକାଠ) ,ବିଦ୍ୟୁତ୍ ଲାଇନ୍ ତାର,ଟ୍ରାକ୍ଟର ଯନ୍ତ୍ରାଂଶ, ଟାୟାର, ଧାନ କଳ ଯନ୍ତ୍ରାଂଶ,ବିପୁଳ ପରିମାଣର ଜଳସେଚନ ଉପଯୋଗୀ ପୀଭିସି ପାଇପ୍ ଆଦି ଦେଖିବାକୁ ପାଇଥିଲେ ।
ବାଉଣ୍ଡରି ରେ ଚାବି ଥାଇ ସ୍କୁଲକୋଠା ରେ ଏସବୁକୁ ଦେଖିବାପରେ ସରପଞ୍ଚ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ ରେ ସେ ଏ ବିଷୟରେ କିଛି ଜାଣିନଥିବା କହିଥିବା ବେଳେ ସହକାରୀ ଶିକ୍ଷକଙ୍କ ଜୀମାରେ ଚାବି ରହୁଥିବାରୁ ନିଜକୁ ଏହି ଘଟଣାରୁ ଦୂରେଇ ରଖିଥିଲେ । ଘଟଣାର ଗୁରୁତ୍ବ ଦୃଷ୍ଟିରୁ ସରପଞ୍ଚ ସ୍ଥାନୀୟ ବନାଞ୍ଚଳ ଅଧିକାରୀ,ପାରଳାଖେମୁଣ୍ଡି ଡି ଏଫ୍ ଓ ,ବ୍ଲକ ଶିକ୍ଷାଧିକାରୀ ଆଦିଙ୍କୁ ଏ ସମାନ୍ଧରେ ସୂଚନା ଦେଇଥିଲେ ।
ସୂଚନାପାଇ ମଙ୍ଗଳବାର ଅପରାହ୍ନରେ ବି ଇ ଓ ବିନୋଦ ଚନ୍ଦ୍ର ପାଢ଼ୀ,ଏ ବି ଇ ଓ କୈଳାସ ପାଣିଗ୍ରାହୀ, ବନବିଭାଗ ତରଫରୁ ସହକାରୀ ବାନସଂରକ୍ଷକ ଗୌରୀ ପ୍ରସାଦ ରଥ,ବନଂଚଳ ଅଧିକାରୀ ପଞ୍ଚାନନ ସାହୁ,ଡି ଆର୍ ଓ କାଳୀ ଚରଣ ବେହେରା ସଦଳବଳ ସହିତ ଘଟଣାସ୍ଥଳରେ ପହଞ୍ଚିବା ସହିତ ଘଟଣାର ଯାଞ୍ଚ୍ କରିଛନ୍ତି । ନାଏବ ସରପଞ୍ଚ ବଳରାମ ନାୟକ ,ଗ୍ରାମ ବୁଦ୍ଧିଜୀବୀ ତଥା ସ୍କୁଲ୍ କମିଟି ଉପସ୍ଥିତିରେ ସରପଞ୍ଚ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।
କୋଠରୀ ଚାବି ଖୋଲାଯାଇ ଗଚ୍ଛିତ ସାଇଜ଼ କାଠ କୁ ବନବିଭାଗ ନିଜ ହେପାଜତକୁ ନେଇଛି ଓ ତିଆରି ସାତ ଗୋଟି ଚୋଉ କାଠ,ବହୁ ଝରକା ଏବଂ ଅନ୍ୟ ସାମଗ୍ରୀକୁ ସ୍କୁଲ ଜିମାରେ ରଖିଅଛି ।ବିଦ୍ୟାଳୟ କୋଠାରେ ଏତାଦୃଶ ଘଟଣା ହେଉଥିବା ବିଷୟରେ ଅନୁଧ୍ୟାନ କରି ତାଜୁବ ହେବାସହ ତଦନ୍ତ ଜାରି ରଖିଛନ୍ତି ।
ତଦନ୍ତ କାଳୀନ ସମୟରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଥିବା ଏହି ଜିନିଷ ସାମନ୍ଧରେ କିଛି ଜାଣିନଥିବା ,କାର୍ଯ୍ୟାଳୟ ଚାବି ବ୍ୟତୀତ ଅନ୍ୟ ଚାବି ସମୂହ ଗ୍ରାମ ବାସିନ୍ଦା ସହକାରୀ ଶିକ୍ଷକ ତଥା ପଟି ଗୁଡା ସି ଅର୍ ସି ବିଚିତ୍ର ନାୟକଙ୍କ ଜିମା ରେ ରହୁଥିବା ଦର୍ଶାଇଛନ୍ତି ।ଏ ସମନ୍ଧରେ ଗ୍ରାମ ବୁଦ୍ଧିଜୀବୀଙ୍କ ମତାମତ ପ୍ରକାରେ ଗ୍ରାମର ଗଣେଶ ନାୟକ ନାମକ ଜନୈକ ବ୍ୟକ୍ତିଙ୍କ ଦ୍ଵାରା ଉକ୍ତ କୋଠରୀ ନିଜସ୍ଵ ଜିନିଷ ଠାବ ହୋଇଥିବା କହିଛନ୍ତି ଏବଂ ସ୍ଥାନୀୟ ସହକାରୀ ଶିକ୍ଷକ ବିଚିତ୍ର ନାୟକଙ୍କ ବିଚିତ୍ର କରାମତି ଦ୍ଵାରା ବହୁ ବର୍ଷ ଧରି ବିଦ୍ୟାଳୟ କୋଠକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି । ସାନଖେମୁଣ୍ଡି ବି ଇ ଓ ଶ୍ରୀ ପାଢୀଙ୍କ ଅନୁଧ୍ୟାନ ଗତ ଟିପ୍ପଣୀ କ୍ରମରେ ତଦନ୍ତ ଜାରି ରହିଥିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱାରୋପ କରିଛନ୍ତି ।