ପାରଳାଖେମୁଣ୍ଡି,୨୮।୪(ପ୍ରଭାତ କୁମାର ପାତ୍ର) : ସରକାରଙ୍କ ନିର୍ଦ୍ଦେଶ ନାମା ପ୍ରକାରେ , ଯେଉଁ ଶ୍ରମିକ ମାନେ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ ଏବଂ ଲକଡାଉନ ଯୋଗୁଁ ନିଜଗ୍ରାମକୁ ଆସି ପାରୁ ନାହାନ୍ତି , ସେମାନେ ଲାକଡାଉନ ଅବଧି ଶେଷ ହେବା ପ୍ରକାରେ ଫେରି ପାରିବେ , ସେଥିପାଇଁ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।
ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଅନ୍ତର୍ଗତ ଖାରଡା ପଞ୍ଚାୟତରେ ଏଭଳି ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ଜୋରସୋର’ରେ ଚାଲିଛି ।
ଅଙ୍ଗନବାଡି କର୍ମୀ ମାନେ ପ୍ରତ୍ୟେକ ଘରକୁ ଘର ଯାଇ ସେମାନଙ୍କ ପରିବାର’ର କିଏ ବାହାର ରାଜ୍ୟରେ ଅଛନ୍ତି କି , ଯଦି ଆସିବେ ତେବେ କେତେ ଜଣ ବୋଲି ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ବିଭିନ୍ନ କଥା ବୁଝାଉଛନ୍ତି । ଏ ସମ୍ପର୍କରେ ଜଣେ ଅଙ୍ଗନବାଡି କର୍ମୀ କୁମାରୀ ସୁଚିସ୍ମିତା , ସେ କିପରି ଓ କଣ ସବୁ ତଥ୍ୟ ସଂଗ୍ରହ କରୁଛନ୍ତି, ତାହା କହିଥିଲେ . ।
ସେହିଭଳି ବାହାର ରାଜ୍ୟରେ ନିଜ ସମ୍ପର୍କୀୟ ମାନେ ଲକଡାଉନ ହେବା ଫଳରେ ରହି ଯାଇଥିବା ଯୋଗୁଁ ଏବଂ ସେମାନେ ଆସିବା ପାଇଁ ନାମ ପଞ୍ଜିକରଣ କରିବାକୁ ଖାରଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ତାବଡା , ଖାରଡ଼ା ଓ ନୂଆଗାଁ ପ୍ରଭୃତି ଗ୍ରାମର ଲୋକେ ମୁହଁ’ରେ ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ରକ୍ଷା କରି ଲମ୍ବା ଲାଇନ ଲଗାଇଥିଲେ । ଏ ସମ୍ପର୍କରେ ନାମ ପଞ୍ଜକରଣ ପାଇଁ ଆସିଥିବା ତାବଡା ଗ୍ରାମର ଜଣେ ଯୁବକ କହିଛନ୍ତି , କିଭଳି ଏବଂ କେଉଁ ପ୍ରକାର ସେ ନାମ ପଞ୍ଜିକରଣ କରୁଛନ୍ତି ।
ଖାରଡ଼ା ସରପଞ୍ଚ ଲୋକେଶ୍ୱର ତୁରିବୁଡି , ବାହାର ରାଜ୍ୟରୁ କେତେ ଲୋକ ଓ କେଉଁ କେଉଁ ଗ୍ରାମରୁ ଆସିବେ ତାହା , ଆସିଥିବା ଲୋକଙ୍କ ଠାରୁ ଆସିବା ଲୋକଙ୍କ ଆଧାର କାର୍ଡ ଓ ଫୋନ ନମ୍ବର ସବୁ ସଂଗ୍ରହ କରିବା ସହ ଲେଖି ନାମ ପଞ୍ଜିକରଣ କରୁଛନ୍ତି ଏବଂ ଏଥିପାଇଁ କଣ ସବୁ ପ୍ରସ୍ତୁତି ହୋଇଛି ତାହା ସରପଞ୍ଚ ଲୋକେଶ୍ୱର ତୁରିବୁଡି କହିଥିଲେ ।
ବାହାର ରାଜ୍ୟରୁ ଆସିବା ଶ୍ରମିକ ମାନଙ୍କ ନିମନ୍ତେ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ କିଭଳି ସବୁ ଅସ୍ଥାୟୀ ଚିକିତ୍ସ୍ୟ କେନ୍ଦ୍ର’ରେ ବିଭିନ୍ନ ବ୍ୟବସ୍ଥା ସହ ଆଗୁଆ ପ୍ରସ୍ତୁତି କରି ରଖା ଯାଇଛି , ତାହା କହିଥିଲେ ।