ଗଜପତି,୨୪/୪(ପ୍ରଭାତ କୁମାର ପାତ୍ର):ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ ପକ୍ଷରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ସାନିଟାଇଜର ସହ ମାସ୍କ ବଣ୍ଟନ କରିଥିଲେ। ଜିଲ୍ଲାର ସ୍କାଉଟ ଓ ଗାଇଡ ତରଫରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ମଇ ମାସ ୩ ତାରିଖ ପର୍ଯ୍ୟନ୍ତ ନିୟମିତ ଚାଲୁ ରହିବ । ପ୍ରତେକ ଦିନ ସକାଳୁ ଓ ସନ୍ଧ୍ୟାରେ ଏହି କରୋନା ପ୍ରତିରୋଧ ସଚେତନ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଆଜି ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କରାଯାଇଥିବା ସ୍କାଉଟ ଓ ଗାଇଡ ଶିକ୍ଷକ ମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ପାତ୍ର, ପରମେଶ୍ବର ନାୟକ, କିଶୋର ଦାସ, ତ୍ରିପତୀ ପ୍ରସାଦ ପଣ୍ଡା, ଲିଙ୍ଗରାଜ ସାହୁ, ଆଦିତ୍ୟ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ମହତ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେI