ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକଙ୍କ ଗଜପତି ଗ୍ରସ୍ତ

285
ADVERTISEMENT

ଗଜପତି,୧୭/୪,(ପ୍ରଭାତ କୁମାର ପାତ୍ର ):ଗଜପତି ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଜପତି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ସହରର ଦୈନିକ ବଜାର ଛକ ଠାରେ ଥିବା ପନିପରିବା ଓ ଗ୍ରସରି ଦୋକାନ ମାନଙ୍କ ସମେତ ଅନ୍ୟ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କରୋନା ଭୂତାଣୁର ସଫଳ ମୁକାବିଲା ଦିଗରେ ପାରଳାଖେମୁଣ୍ଡିର ସହରକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖି ପାରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜନସାଧାରଣ ସାହାଯ୍ୟ ଓ ସହଯୋଗ କରୁଛନ୍ତି। ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଏଥିପାଇଁ ମୁଁ ଧନ୍ୟବାଦ ଦେଉଛି ଏବଂ ଖୁସି ଲାଗୁଛି ପାରଳାଖେମୁଣ୍ଡି ସହରରେ ମହାମାରୀ କରୋନା ପ୍ରତି ସମସ୍ତେ ସମ୍ପୂର୍ଣ୍ଣ ସଚେତନ ହୋଇଛନ୍ତି। ଜିଲ୍ଲାରେ ୧୮ ଟି ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ନିକାବନ୍ଦୀ ହୋଇଛି। ବାହାର ରୁ କାହାକୁ ହେଲେ ଛଡା ଯାଉନଥିବା କହିଥିଲେ। ଅନ୍ୟ ମାନଙ୍କୁ ମଧ୍ୟରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଏସଡିପିଓ ପ୍ରକାଶ ଚନ୍ଦ୍ର ଜେନା, ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତା ବସନ୍ତ ଦାସ, ସୂର୍ଯ୍ୟ ନାରାୟଣ ରାଜୁଗୁରୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Advertisement