ସହଯୋଗର ହାତ ବଢ଼ାଇଲେ ଆଇନ ଛାତ୍ରଛାତ୍ରୀ।

291
ADVERTISEMENT

କଟକ,୧୨/୪(ଗୁରୁ ପ୍ରସାଦ ଦାସ):କରୋନା ପାଇଁ ଜୀବିକା ହରାଇଥିବା ବ୍ୟକ୍ତିଙ୍କ ପାଇଁ ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆଜି ସ୍ଥାନୀୟ କଟକ ସିଡିଏ ଅଞ୍ଚଳ ର ବାଲି ଘାଟ ବସ୍ତି ରେ ଛଅଶହ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଅଛି l ଏହି ବଣ୍ଟନ କାର୍ଯ୍ୟରେ ବାସୁଦେବ ସେଠୀ,ବ୍ରଜଭୂଷଣ ସାହୁ, ସୁମନ୍ତ ମଲିକ, ବିକାଶ ଦଳେଇ, ଶିବୁ ଦାସ ଉପସ୍ଥିତ ଥିଲେ l ଏହି ସାହାଯ୍ୟ ପାଇଁ ହାତ ବଢାଇଥିବା ସମସ୍ତ ଛାତ୍ର ଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କୁ ଅନେକ ସାଧୁବାଦ ଜଣାଇଥିଲେ ସହରବାସୀ।

Advertisement