ମୋହନା ୧୦/୦୪ (ମୋହନ ଗୌଡ):ଗଜପତି ଜିଲ୍ଲା ମୋହନା ବ୍ଳକରେ ଶାନ୍ତିପୁର୍ଣ୍ଣଭାବେ କରୋନାର ମୁକାବିଲା ଦେଖିବାକୁ ମିଳିଛି । ଚନ୍ଦ୍ରଗିରି, ଚାନ୍ଦିପୁଟ, ଲୁହାଗୁଡି, ମୋହନା, ବିରିକୋଟ, ଅଡବା, ମଳାସପଦର, ଗୋବିନ୍ଦପୁର, ଅନ୍ତରବା, ଚୁଡଙ୍ଗପୁର, ଗୁଲୁବା ଆଦି ପଂଚାୟତରେ ଶାନ୍ତିପୁର୍ଣ୍ଣଭାବେ କରୋନାର ମୁକାବିଲା ପାଇଁ ଲୋକେ ଅଂଟା ଭିଡିଛନ୍ତି । ପ୍ରତ୍ୟେକ ଗ୍ରାମାଚଂଳର ଲୋକମାନେ ରାସ୍ତାକୁ ଅବରୋଧ କରି କରୋନାର ମୁକାବିଲା ପାଇଁ ସଜାଗ ହୋଇ ରହିଛନ୍ତି । ରାସ୍ତା ଅବରୋଧ କରିବା ସହିତ ଗ୍ରାମାଚଂଳର ମୁଖ୍ୟ ରାସ୍ତା ଫାଟକ ତଥା ଝୁଲାବ୍ରିଜ ନିକଟରେ ସଚେତନତା ବାର୍ତା ଲିଖିତ ଆକାରରେ ଲେଖି ସମ୍ମୁଖ ଭାବରେ ଫାଟକ ବନ୍ଦକରି ରାସ୍ତା ଅବରୋଧ କରିଛନ୍ତି । ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବି, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସଦଳବଳେ ପୁଲିସ କର୍ମଚାର୍ରୀଙ୍କୁ ନେଇ କେତେକେ ଗ୍ରାମାଚଂଳ ପରିଭ୍ରମଣ କରିବା ସହିତ ଲୋକଙ୍କୁ ସଚେତନତାର ବାର୍ତା ପ୍ରେରଣ କରିଛନ୍ତି । ଏହି ପରିଭାବେ ପ୍ରତ୍ୟେକ ଗ୍ରାମାଚଂଳର ଲୋକେ ଏଥିପ୍ରତି ସଜାଗ ହେବା ସହିତ କରୋନା ମୁକାବିଲା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଗଜପତି ଏସପି ସାରା ଶର୍ମା ଓ ଜିଲ୍ଲାପାଳ ଅନୁପମ ଶାହାଙ୍କ ନିଦେ୍ର୍ଧଶ କ୍ରମେ ପ୍ରତ୍ୟେକ ପଂଚାୟତରେ ସଚେତନତା ବାର୍ତା ସହିତ ସମସ୍ତ ଦୋକାନ ବଜାର ସକାଳ ୧୦ ଘଟିକାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବନ୍ଦ ରହୁଛି । ଏହି ନିର୍ଦ୍ଧେଶାବଳୀ ଯେଉଁମାନେ ଅମାନ୍ୟ କରିବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ।