ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ୍‌ କୋଭିଡ଼- ୧୯ ବିରୋଧରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ପ୍ୟାକେଜ୍‌

186
ADVERTISEMENT

ନୂଆଦିଲ୍ଲୀ, ୯/୪(ପିଆଇବି) :

କିଛି ମୌଳିକ ପ୍ରଶ୍ନ ଓ ତା’ର  ଉତ୍ତର

ପ୍ରଶ୍ନ-1: ଏହି ଯୋଜନାରେ କଣ ସାମିଲ କରାଯାଇଛି?

ଏହି ଦୁର୍ଘଟଣା ବୀମା ଯୋଜନାରେ ନିମ୍ନୋକ୍ତ ପ୍ରସଙ୍ଗ ସାମିଲ ହୋଇଛି:

-କୋଭିଡ଼- 19 ଜନିତ ଜୀବନ ହାନି, ଏବଂ

-କୋଭିଡ଼- 19 ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଯଦି ଦୁର୍ଘଟଣାଜନିତ ମୃତ୍ୟୁ  ଘଟେ ।

ପ୍ରଶ୍ନ -2: ଏଠାରେ ଦୁର୍ଘଟଣାର ସଂଜ୍ଞା କ?

ହଠାତ, ଅପ୍ରତ୍ୟାଶିତ ଓ ଅସ୍ୱେଚ୍ଛାକୃତ ଭାବେ ଘଟିଥିବା କୌଣସି ଘଟଣା ।

ପ୍ରଶ୍ନ- 3: ଏହି ଯୋଜନାରେ କାହାକୁ  ସାମିଲ କରାଯାଇଛି ?

-ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଜନସ୍ୱାସ୍ଥ୍ୟ ସେବା ଯୋଗାଣକାରୀ ଯେଉଁମାନେ କି କୋଭିଡ଼- 19 ରୋଗୀ କିମ୍ବା ସେମାନଙ୍କ ସେବା କଲାବେଳେ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବେ ଏବଂ ଏହା ଦ୍ୱାରା ଯେଉଁମାନେ ପ୍ରଭାବିତ ହେବାର ଆଶଙ୍କା ଥିବ;

-ଘରୋଇ ହସ୍ପିଟାଲର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ / ସ୍ଵେଚ୍ଛାସେବୀ/ ସ୍ଥାନୀୟ ସହରାଞ୍ଚଳ ପୌରସଂସ୍ଥା କର୍ମଚାରୀ/ ଠିକା କର୍ମୀ/ ଦୈନିକ ମଜୁରି ଭିତ୍ତିରେ କାମ କରୁଥିବା କର୍ମଚାରୀ/ ଅସ୍ଥାୟୀ କର୍ମଚାରୀ/ ରାଜ୍ୟ/ କେନ୍ଦ୍ରୀୟ ହସପିଟାଲଗୁଡ଼ିକ ଦ୍ୱାରା ଆଉଟସୋର୍ସିଂ କରାଯାଇଥିବା କର୍ମଚାରୀ/ କେନ୍ଦ୍ର/ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ର ନିୟନ୍ତ୍ରଣାଧୀନ ହସପିଟାଲ. ଏମ୍ସ ଓ ଆଇଏନଏସ / କେନ୍ଦ୍ରୀୟ ମନ୍ତ୍ରଣାଳୟ ନିୟନ୍ତ୍ରଣାଧୀନ ହସପିଟାଲର କର୍ମଚାରୀ ଯେଉଁମାନଙ୍କୁ କୋଭିଡ଼-19 ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ କରାଯାଇଥିବ;

ପ୍ରଶ୍ନ- 4: ଏହି ଯୋଜନାରେ କିଏ ସ୍ୱେଚ୍ଛାସେବୀ ବୋଲି ବିବେଚିତ ହେବ?

ଏହି ଯୋଜନାରେ ସେହିମାନଙ୍କୁ ସ୍ୱେଚ୍ଛାସେବୀ ବୋଲି ବିବେଚନା କରାଯିବ ଯେଉଁମାନଙ୍କୁ କେନ୍ଦ୍ର/ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରଙ୍କ ଅଧିକାରୀମାନେ କୋଭିଡ଼- 19 ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସକାଶେ ନିୟୋଜିତ କରିଥିବେ ଓ ସେମାନେ କୋଭିଡ଼-19 ସଂକ୍ରମିତ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବେ ।

ପ୍ରଶ୍ନ- 5:  ଏହି ଯୋଜନାରେ ‘ଘରୋଇ ବ୍ୟକ୍ତିବିଶେଷ’ ବୋଲି କାହାକୁ ବିବେଚନା କରାଯିବ?

ଏହି ଯୋଜନାରେ ସେହିମାନଙ୍କୁ ଘରୋଇ ବ୍ୟକ୍ତିବିଶେଷ ରୂପେ ବିବେଚନା କରାଯିବ ଯେଉଁମାନେ କୌଣସି ଏଜେନ୍ସି ଦ୍ୱାରା ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ବା ସଂସ୍ଥାନରେ ନିୟୋଜିତ ହୋଇଥିବେ ଏବଂ ସେମାନଙ୍କୁ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ମୁତୟନ କରାଯାଇଥିବ ବା ଚିଠାଭୁକ୍ତ କରାଯାଇଥିବ ଏବଂ ସେମାନେ କୋଭିଡ଼-19 ରୋଗୀ  ( ଏହି କର୍ମଚାରୀମାନେ ସେଭଳି ପ୍ରତିଷ୍ଠାନ ବା ସଂସ୍ଥାନରେ ଏଜେନ୍ସିଗୁଡ଼ିକ ଦ୍ୱାରା ସେବା ଯୋଗାଣ ସକାଶେ ନିୟୋଜିତ ଅଛନ୍ତି ବୋଲି ଉପଯୁକ୍ତ ପ୍ରମାଣ ଥିବ)ଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବେ ।

ପ୍ରଶ୍ନ- 6: ଏଭଳି ବୀମା ପଲିସି କେତେବେଳେ ଆରମ୍ଭ ହେବ ଏବଂ ଏହାର ଅବଧି କେବେ ସଂପୂର୍ଣ୍ଣ ହେବ?

ଏହି ବୀମା ପଲିସିର ଅବଧି ହେଉଛି 90 ଦିନ, ଯାହା ମାର୍ଚ୍ଚ 30, 2020 ଠାରୁ ଆରମ୍ଭ ହୋଇଛି ।

ପ୍ରଶ୍ନ-7 : ଏହି ଯୋଜନାରେ ସାମିଲ ହେବାକୁ ହେଲେ କୌଣସି ବୟସ ସୀମା ନିର୍ଦ୍ଧାରଣ କରାଯାଇଛି କି?

ନା, ଏହି ଯୋଜନାରେ କୌଣସି ବୟସ ସୀମା ନାହିଁ ।

ପ୍ରଶ୍ନ- 8 : ଏଥିପାଇଁ ବ୍ୟକ୍ତିଗତ ଭାବେ ପଞ୍ଜୀକରଣର ଆବଶ୍ୟକତା ଅଛି କି?

ନା, ଏଥିପାଇଁ ବ୍ୟକ୍ତିଗତ ପଞ୍ଜୀକରଣର ଆବଶ୍ୟକତା ନାହିଁ ।

ପ୍ରଶ୍ନ- 9 : ଏହି ଯୋଜନାରେ ସାମିଲ ହେବା ସକାଶେ ବ୍ୟକ୍ତିଗତ ଭାବେ କର୍ମଚାରୀମାନଙ୍କୁ କୌଣସି ପ୍ରିମିୟମ ପୈଠ କରିବାକୁ ହେବ କି?

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଯୋଜନା ଅଧୀନରେ ସମସ୍ତ ପ୍ରିମିୟମ ଅର୍ଥ ଭରଣା ଦାୟିତ୍ୱ ଗ୍ରହଣ କରିଛନ୍ତି ।

 ପ୍ରଶ୍ନ- 10:  ବୀମାକୃତ ବ୍ୟକ୍ତିଙ୍କ ପାଇଁ ଏଥିରେ କ’ଣ ସୁବିଧା ରହିଛି?

ବୀମାକୃତ ବ୍ୟକ୍ତିଙ୍କର ଦେହାନ୍ତ ହେଲେ ସେମାନଙ୍କର ପରିବାରବର୍ଗଙ୍କ ସଂପର୍କୀୟଙ୍କୁ 50 ଲକ୍ଷ ଟଙ୍କାର ବୀମା ରାଶି ମିଳିବାର ବ୍ୟବସ୍ଥା ରହିଛି ।

ପ୍ରଶ୍ନ- 11 :  ଏହି ସୁବିଧା ଦାବି କରିବା ସକାଶେ କୋଭିଡ଼- 19 ପରୀକ୍ଷାଗାରରେ ପରୀକ୍ଷିତ ହୋଇଥିବା ବାଧ୍ୟତାମୂଳକ କି?

କୋଭିଡ଼-19 ଦ୍ୱାରା ଜୀବନହାନି ଘଟିଛି ବୋଲି ପରୀକ୍ଷାଗାର ଟେଷ୍ଟ ରିପୋର୍ଟରୁ ପଜିଟିଭ ମେଡ଼ିକାଲ ଟେଷ୍ଟ ପ୍ରମାଣ ପତ୍ର ଥିବା ଜରୁରି । ତେବେ, କୋଭିଡ଼- 19 ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିବାବେଳେ କୌଣସି ପ୍ରକାର ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲେ ସେଥିପାଇଁ ଏଭଳି ପ୍ରମାଣପତ୍ରର ଆବଶ୍ୟକତା ନାହିଁ ।

ପ୍ରଶ୍ନ- 12 :  ଏଥିପାଇଁ ଚିକିତ୍ସା ବେଳେ କିମ୍ବା କ୍ୱାରେଣ୍ଟାଇନ୍‌ ଅବଧିରେ ରହିଥିବା ବେଳେ ହୋଇଥିବା ବ୍ୟୟ ଏହି ଯୋଜନାରେ ସାମିଲ କି?

ଚିକିତ୍ସା କିମ୍ବା କ୍ୱାରେଣ୍ଟାଇନ୍‌ ବେଳେ ହୋଇଥିବା କୌଣସି ପ୍ରକାର ବ୍ୟୟ ଏଥିରେ ସାମିଲ ନୁହେଁ ।

ପ୍ରଶ୍ନ- 13:  ଯଦି ଜଣେ ବ୍ୟକ୍ତିଙ୍କର ଅନ୍ୟ କିଛି ଦୁର୍ଘଟଣାଜନିତ ବୀମା ପଲିସି ଥାଏ କିମ୍ବା ଜୀବନ ବୀମା ପଲିସି ରହିଛି, ତେବେ ଏହି ବୀମା ଅର୍ଥ ଦାବି କରିବାରେ ତା’ର ପ୍ରଭାବ କ’ଣ?

ଏହି ପଲିସିର ବେନିଫିଟ୍‌/ ଦାବି ଅନ୍ୟ ଯେକୌଣସି ବୀମା ପଲିସି ଅତିରିକ୍ତ ଦାବିଦାରଙ୍କୁ ଉପଲବ୍ଧ ହେବ ।

ପ୍ରଶ୍ନ- 14: ଏହି ଯୋଜନା ଅଧୀନରେ ବୀମା ରାଶି ଦାବି କରିବା ପାଇଁ କି ପ୍ରକାର ପ୍ରମାଣ ନଥି ଆବଶ୍ୟକ?

 1. କୋଭିଡ଼ -19 ଯୋଗୁ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟିଥିବ ତେବେ ତାଙ୍କର ବୀମା ରାଶି ଦାବି କରିବା ନିମନ୍ତେ ନିମ୍ନଲିଖିତ ନଥି ଆବଶ୍ୟକ ପଡ଼ିବ:

କ) ନୋମିନି/ ଦାବିଦାରଙ୍କ ଦ୍ୱାରା ସଂପୂର୍ଣ୍ଣ ରୂପେ ପୂରଣ ଓ ସ୍ୱାକ୍ଷରିତ ହୋଇଥିବା ଦାବି ଫର୍ମ

ଖ) ମୃତ ବ୍ୟକ୍ତିଙ୍କ ପରିଚୟ ପତ୍ର ( ପ୍ରମାଣ କପି ସହିତ)

ଗ) ଦାବିଦାରଙ୍କ ପରିଚୟ ପତ୍ର ( ପ୍ରମାଣ କପି ସହିତ)

ଘ) ମୃତ ବ୍ୟକ୍ତି ଏବଂ ଦାବିଦାରଙ୍କ ମଧ୍ୟରେ ଥିବା ସଂପର୍କର ପ୍ରମାଣ ପତ୍ର

ଙ) କୋଭିଡ଼- 19 ପାଇଁ ପରୀକ୍ଷାଗାର ରିପୋର୍ଟରେ ପଜିଟିଭ ଆସିଥିବା ପ୍ରମାଣପତ୍ର (ମୂଳ କପି କିମ୍ବା ପ୍ରମାଣ କପି)

ଚ) ମୃତ୍ୟୁ ସମ୍ପର୍କିତ ବିବରଣୀ (ଯଦି ହସପିଟାଲରେ ମୃତ୍ୟୁ ଘଟିଥିବ) (ତା’ର ସାର୍ଟିଫାଏଡ଼ କପି)

ଛ) ମୃତ୍ୟୁ ପ୍ରମାଣ ପତ୍ର (ମୂଳ କପି)

ଜ) ସ୍ୱାସ୍ଥ୍ୟସେବା ଅନୁଷ୍ଠାନ/ ସଂସ୍ଥାନ/ କାର୍ଯ୍ୟାଳୟ ଯେଉଁଠାରେ କି ମୃତ ବ୍ୟକ୍ତି କର୍ମଚାରୀ ଥିଲେ / ସେହି ଅନୁଷ୍ଠାନ ଦ୍ୱାରା ତାଙ୍କୁ କର୍ମରେ ନିୟୋଜିତ କରାଯାଇଥିଲା ଏବଂ ତାଙ୍କୁ ସେଠାକୁ କାମରେ ନିୟୋଜିତ/ ପଞ୍ଜୀକୃତ କରାଯାଇଥିଲା ଏବଂ ସେ ହୁଏତ ସେହି ଦାୟିତ୍ୱ ସଂପାଦନ ବେଳେ କୋଭିଡ଼- 19 ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାର ପ୍ରମାଣପତ୍ର । ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ, ଏହି ସାର୍ଟିଫିକେଟ୍‌ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ର ମେଡ଼ିକାଲ ଅଫିସର ଦେବେ ଯେ ଆଶା/ ଆଶା ଫାସିଲିଟେଟରଙ୍କୁ କୋଭିଡ଼-19 ସଂକ୍ରମିତ ରୋଗୀଙ୍କ ସେବା କାର୍ଯ୍ୟ ପାଇଁ ପଞ୍ଜୀକୃତ କରାଯାଇଥିଲା ।

2. କୋଭିଡ଼- 19 ସମ୍ପର୍କିତ ଡ୍ୟୁଟି କଲାବେଳେ ଦୁର୍ଘଣଣାବଶତଃ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ ତେବେ ତାଙ୍କ ବୀମାରାଶି ଦାବି କରିବା ସକାଶେ ନିମ୍ନଲିଖିତ ନଥି ଆବଶ୍ୟକ ପଡ଼ିବ:

କ) ନୋମିନି/ ଦାବିଦାରଙ୍କ ଦ୍ୱାରା ସଂପୂର୍ଣ୍ଣ ରୂପେ ପୂରଣ ଓ ସ୍ୱାକ୍ଷରିତ ହୋଇଥିବା ଦାବି ଫର୍ମ

ଖ) ମୃତ ବ୍ୟକ୍ତିଙ୍କ ପରିଚୟ ପତ୍ର ( ପ୍ରମାଣ କପି ସହିତ)

ଗ) ଦାବିଦାରଙ୍କ ପରିଚୟ ପତ୍ର ( ପ୍ରମାଣ କପି ସହିତ)

ଘ) ମୃତ ବ୍ୟକ୍ତି ଏବଂ ଦାବିଦାରଙ୍କ ମଧ୍ୟରେ ଥିବା ସଂପର୍କର ପ୍ରମାଣ ପତ୍ର

ଙ) ମୃତ୍ୟୁ ଘଟିବା ସମ୍ପର୍କିତ ବିବରଣୀ (ଯଦି ହସପିଟାଲରେ ମୃତ୍ୟୁ ଘଟିଥିବ) (ତା’ର ସାର୍ଟିଫାଏଡ଼ କପି)

ଚ) ମୃତ୍ୟୁ ପ୍ରମାଣ ପତ୍ର (ମୂଳ କପି)

ଛ) ଶବ ବ୍ୟବଚ୍ଛେଦ ରିପୋଟ ( ପ୍ରମାଣ ପତ୍ର)

ଜ) କ୍ୟାନସେଲ୍ଡ ଚେକ୍‌ (ଆବଶ୍ୟକ) ( ମୂଳ କପି)

ଝ) ଏଫଆଇଆର ( ମୂଳ କପି)

ଞ)  ସ୍ୱାସ୍ଥ୍ୟସେବା ଅନୁଷ୍ଠାନ/ ସଂସ୍ଥାନ/ କାର୍ଯ୍ୟାଳୟ  ସାର୍ଟିଫିକେଟ ପ୍ରଦାନ କରିବେ ଯେ ମୃତ ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ/ ଅନୁଷ୍ଠାନ ଦ୍ୱାରା ନିୟୋଜିତ ଥିଲେ ଏବଂ କୋଭିଡ଼- 19 ସମ୍ପର୍କିତ କର୍ତ୍ତବ୍ୟ ସଂପାଦନ ବେଳେ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ଘଟିଛି ।

ପ୍ରଶ୍ନ- 15: ବୀମା ରାଶି ଦାବି କାହା ନିକଟରେ କରାଯିବ?

ଯେଉଁ ଅନୁଷ୍ଠାନ/ ବିଭାଗ ପାଇଁ ବୀମାକୃତ ବ୍ୟକ୍ତି କାର୍ଯ୍ୟ କରୁଥିଲେ ତାଙ୍କୁ ପ୍ରଥମେ ସୂଚୀତ କରାଯିବ । ବୀମା କମ୍ପାନୀମାନଙ୍କୁ ମଧ୍ୟ ଇମେଲ ଆଇଡ଼ି [email protected] ରେ ସୂଚୀତ କରାଯିବ ।

ପ୍ରଶ୍ନ- 16: ଏହି ବୀମା ରାଶି ଦାବି କରିବାର ପଦ୍ଧତି କ’ଣ?

-ଦାବୀଦାର ପ୍ରଥମେ ବୀମାରାଶି ଦାବି ଫର୍ମକୁ ପୂରଣ କରିବାକୁ ପଡ଼ିବ ଯେଉଁଥିରେ ଆବଶ୍ୟକ ନଥିପତ୍ର ଯାହାକି ପୂର୍ବରୁ ସୂଚୀତ କରାଯାଇଛି ତାହା ଯୋଡ଼ାଯାଇଥିବ ଏବଂ ସେହି ଫର୍ମକୁ ସେ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ/ସଂସ୍ଥାନ/ କାର୍ଯ୍ୟାଳୟ ଯେଉଁଠାରେ ମୃତ ବ୍ୟକ୍ତି କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ / ନିୟୋଜିତ ଥିଲେ ସେଠାରେ ପୈଠ କରିବେ ।

-ସେହି ଅନୁଷ୍ଠାନ ଏହାର ବୈଧତାର ପ୍ରମାଣ ପତ୍ର ଦେଇ ତାହାକୁ ଉପଯୁକ୍ତ ଅଧିକାରୀଙ୍କ ନିକଟକୁ ପଠାଇବେ

+ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ଉପଯୁକ୍ତ ଅଧିକାରୀ ହେଉଛନ୍ତି ସ୍ୱାସ୍ଥ୍ୟ ସେବା ମହା ନିର୍ଦ୍ଦେଶକ/ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ/ ମେଡ଼ିକାଲ ଶିକ୍ଷା ନିର୍ଦ୍ଦେଶକ କିମ୍ବା ଅନ୍ୟ ଯେକୌଣସି ଅଧିକାରୀ ଯାହାଙ୍କୁ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାର ଉପଯୁକ୍ତ କ୍ଷମତା ପ୍ରଦାନ କରିଥିବେ ।

+ କେନ୍ଦ୍ର ସରକାର, କେନ୍ଦ୍ରୀୟ ସ୍ୱୟଂଶାସିତ /ପିଏସୟୁ ହସପିଟାଲ, ଏମ୍ସ, ଆଇଏନଏସ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ଅଧୀନସ୍ଥ ଅନ୍ୟାନ୍ୟ ହସପିଟାଲମାନଙ୍କର ନିର୍ଦ୍ଦେଶକ କିମ୍ବା ମେଡ଼ିକାଲ ସୁପରିଟେଣ୍ଟେଣ୍ଟ୍‌ ଅଥବା ସଂପୃକ୍ତ ଅନୁଷ୍ଠାନର ମୁଖ୍ୟ ଉପଯୁକ୍ତ ଅଧିକାରୀ ଅଟନ୍ତି ।

–         ଉପଯୁକ୍ତ କ୍ଷମତାପ୍ରାପ୍ତ ଅଧିକାରୀ ଏହି ବୀମାରାଶି ଦାବି ଫର୍ମକୁ ବୀମା କମ୍ପାନୀଙ୍କ ମଞ୍ଜୁରି ପାଇଁ ଫରୱାର୍ଡ଼ କିମ୍ବା ପ୍ରେରଣ କରିବେ

ପ୍ରଶ୍ନ- 17: ବୀମା କମ୍ପାନୀର କାହାକୁ ଏଥିପାଇଁ ଯୋଗାଯୋଗ କରାଯିବ?

ଦି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ଼ର ଡ଼ିଭିଜନାଲ ଅଫିସ ସିଡ଼ିୟୁ 312000 ଯାହା ବି-401, ଅନସଲ ଚାମ୍ବର୍ସ, ଭିଖାଜୀ କାମା ପ୍ଲେସ୍‌, ନୂଆଦିଲ୍ଲୀ- 110066 ରେ ଅବସ୍ଥିତ ।

ଯୋଗାଯୋଗ ବ୍ୟକ୍ତି:

1.      ଶ୍ରୀମତୀ ସାରିକା ଅରୋରା, ଡ଼ିଭିଜନାଲ ମ୍ୟାନେଜର, ଇମେଲ୍‌: [email protected] ବା [email protected]

୨.     ଶ୍ରୀ ଏ ରବି ରାଓ, ଡ଼େପୁଟି ମ୍ୟାନେଜର, ଇମେଲ୍‌ : [email protected] [email protected]

୩.     ଶ୍ରୀ ଯୋଗେନ୍ଦ୍ର ସିଂ ତନୱାର, ପ୍ରଶାସନିକ ଅଧିକାରୀ, ଇ ମେଲ୍‌: [email protected]  

Advertisement