କରୋନା ସଂକ୍ରମଣ ରୋକିବାରେ ସକ୍ଷମ ହେବ ମର୍ସ ପ୍ରତିଷେଧକ

352
ADVERTISEMENT

ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା ଭାଇରସ I ଏନେଇ ବିଶ୍ୱବାସୀଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି କରୋନା ସଂକ୍ରମଣକୁ କିପରି ରୋକାଯିବ ଏହାକୁ ନେଇ ବିଶ୍ୱର କିଛି ଦେଶ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ।

ତେବେ ଆମେରିକାର ଜର୍ଜିଆ ଏବଂ ଲୋୱା ବିଶ୍ୱବିଦ୍ୟାଳୟର ଗବେଷକ ଦାବି କରିଛନ୍ତି ଯେ ମର୍ସ(ମିଡିଲ ଇଷ୍ଟ ରେସୋପାରେଟୋରୀ ସିମ୍ପଟମ) ପ୍ରତିଷେଧ ଟୀକା କରୋନା ସଂକ୍ରମଣକୁ ରୋକିବାରେ ସମ୍ପୂର୍ଣ ରୂପେ ସକ୍ଷମ ହେବ ।

ଯାହାକି ଗବେଷକମାନେ ଏକ ମୂଷା ଉପରେ ଏହି ଟୀକାର ସଫଳ ପରୀକ୍ଷଣ କରିଛନ୍ତି । ମର୍ସ ଟୀକା କୋଷିକାରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ଏହା କରୋନା ସଂକ୍ରମଣ କ୍ଷେତ୍ର ମଧ୍ୟ ସଫଳ ରହିବା ବୋଲି ଗବେଷକ କହିଛନ୍ତି ।

ଏହି ଟୀକାକୁ ମୂଷା ଶରୀରରେ ସଫଳତାର ସହତି ପ୍ରୟୋଗ କରାଯାଇଛି । ଏନେଇ ଏମ୍‍ବାୟୋ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଥିବା ସୂଚନା ।

Advertisement