ଫୁଲବାଣୀ ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ବିଶୁଦ୍ଧିକରଣ ହେଲା

527
ADVERTISEMENT

କନ୍ଧମାଳ, ୪/୪ (ଡି.ଏଚ) : କରୋନା ସଂକ୍ରମଣ ରୋକିବାକୁ ପୌର ପରିଷଦ ଓ ଅଗ୍ନିଶମ ବିଭାଗର କର୍ମଚାରୀ ହାଇପୋ କ୍ଲୋରାଇଡ଼ ଓ ବ୍ଲିଚିଂ ପକାଇ ବିଶୋଧିତ କରିଥିଲେ। ଫୁଲବାଣୀ ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ବିଶୋଧନ କରାଯାଇଛି।

ସହରର ବସଷ୍ଟାଣ୍ଡ, ସର୍କିଟ ହାଉସ, ପୌର ପରିଷଦ, ଏସ୍‌ପି ଅଫିସ, ରିଜର୍ଭ ବାଟାଲିୟନ, ମାଦିକୁନ୍ଦା ଛକରୁ ବିଜୁ ପଟନାୟକ ଛକ ଦେଇ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ରାସ୍ତାକୁ ବିଶୋଧିକରଣ କରାଯାଇଥିଲା। ଆଗକୁ ମଧ୍ୟ ଏପରି ବିଶୋଧନ ଚାଲୁ ରହିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Advertisement