ପାରଳାଖେମୁଣ୍ଡି ସହରରେ ପ୍ରଶାସନ ଦ୍ୱାରା ସାନିଟାଇଜରିଙ୍ଗ ହେଲା

369
ADVERTISEMENT

ପାରଳାଖେମୁଣ୍ଡି,୪।୪(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସହରରେ ସ୍ଥାନୀୟ ପୌର ପରିଷଦ ଓ ଅଗ୍ନିଶମ ବିଭାଗ ମିଳିତ ଆନୁକୂଲ୍ୟରେ ସାନିଟାଇଜର ଜଳ ସିଞ୍ଚନ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। କରୋନା ଭୂତାଣୁ ନିୟନ୍ତ୍ରଣ କରିବା ପାଇଁ ଏବଂ ତାର ପ୍ରତିରୋଧ କରିବା ପାଇଁ ରାଜ୍ୟର ବିଭିନ୍ନ ସହରରେ ସାନିଟାଇଜର ସିଞ୍ଚନ କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ପାରଳାଖେମୁଣ୍ଡିରେ ମଧ୍ୟ ଏହି କାର୍ଯ୍ୟ ଦୃତ ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ସହରର ମୁଖ୍ୟ ରାସ୍ତା ନୁଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ ସାନିଟାଇଜରିଙ୍ଗ କରିବା ଦେଖିବାକୁ ମିଳିଛି। ସହରର ସମସ୍ତ ମୁଖ୍ୟ ରାସ୍ତାରେ ସାନିଟାଇଜରିଙ୍ଗ କରିବା ସହ ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳରେ ମଧ୍ୟ ଏହିପରି ସାନିଟାଇଜରିଂ ଦ୍ୱାରା ଜଳ ସିଞ୍ଚନ କରାଯିବ ବୋଲି ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପୈାରପରିଷଦ ପକ୍ଷରୁ ଏହି କାର୍ଯ୍ୟ କରୁଥିବା ଜଣାପଡିଛି ।

Advertisement