ବାଲିଗୁଡା, ୦୩/୦୪ (ଡ଼ି.ଏଚ): ମହାମାରି କରୋନା ପାଇଁ ଶୁକ୍ରବାର ଠାରୁ ସମଗ୍ର ବାଲିଗୁଡା ମେଡିକାଲ ବସଷ୍ଟାଣ୍ଡ ସ୍ଥିତ ଉପଜିଲ୍ଲାପାଳ କାର୍ୟ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜର ଓ ବ୍ଲିଚିଙ୍ଗ ମିଶ୍ରଣ ବ୍ୟବସ୍ଥା କରି ଛିଞ୍ଚନ ପ୍ରକ୍ରିୟା କାର୍ୟ୍ୟକାରୀ କରାଯାଇଛି I

ଏଥିରେ ବାଲିଗୁଡା ଏନଏସି ପ୍ରଶାସନର ଅଦକ୍ଷ ଲୋକନାଥ ପାଢ଼ୀ କାର୍ୟ୍ୟନିର୍ବାହୀ ଅଧିକାରୀ ସମେତ ବିଧାନସଭାର ସଦସ୍ୟଙ୍କ ପ୍ରତିନିଧି ଅବନୀକାନ୍ଥ ନାୟକ, ନାରାୟଣ ଡାକୁଆ, ନିକଟସ୍ଥ କାଉନସିଲ ବରଦା ପ୍ରସାଦ ମିଶ୍ରଙ୍କ ସହଯୋଗ ଅବଦାନ ଏହି କାର୍ୟ୍ୟ ସାଫଲ୍ୟ ହୋଇଛି I
