ମୋହନା,୨ା୪ (ମୋହନ ଗୌଡ) : ସାରା ବିଶ୍ୱରେ କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ସମଗ୍ର ଭାରତରେ ଲକଡାଉନ କରାଯାଇଛି । ଯାହାଫଳରେ ବିଭିନ୍ନ ଜାଗାରେ ଅଟକି ହୋଇ ରହିଥିବା ଶ୍ରମିକ ଏବଂ ଚାଲି ଚାଲି ଆସୁଥିବା ଶ୍ରମିକମାନଙ୍କୁ ଅଟକାଇ ରିଲିଫ ସାମଗ୍ରୀ ବଂଟନ କରିଥିଲେ । ଗଜପତି ଜିଲ୍ଲା ମୋହନା ସାମ୍ବାଦିକ ସଂଘ (ଏମଜେୟୁ) ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଲକଡାଉନ ଯୋଗୁଁ ଦୁରଦୁରାନ୍ତରରୁ ଜୀବିକା ଅନ୍ୱେଶଣରେ ଆସି ଫସି ରହିଥିବା ଶ୍ରମିକ, ଫେରିବାଲା, ଭିନ୍ନକ୍ଷମ ଓ ଖଟିଖୀଆ ଗରିବ ଶ୍ରେଣୀର ପରିବାର ବର୍ଗକୁ ଭେଟି ଯଥା ସାଧ୍ୟ ରିିଲିଫ ବଂଟନ କରିଛନ୍ତି । ପ୍ରଥମ ଦିବସରେ ରାସ୍ତାକାମ ପାଇଁ ଶ୍ରମିକ ଭାବେ କୋରାପୁଟ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାର କନିଷି ଅଂଚଳରୁ ଆସିଥିବା ୯ଜଣ ଶ୍ରମିକଙ୍କୁ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ମେରାପଲ୍ଲୀ ପଂଚାୟତ ନିକଟ ଜାତୀୟ ରାଜପଥ ୩୨୬ ନିକଟରେ ଚାଲି ଚାଲି ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ସାମ୍ବାଦିକ ସଂଘର କର୍ମକର୍ତା ମାନେ ଚାଉଳ, ପନିପରିବା, ବିସ୍କେଟ, ପାଣି ବୋତଲ, ଅଟା, ଚୁଡା, ପାଉରୁଟି, ସାବୁନ ଆଦି ସାମଗ୍ରୀ ପ୍ରଦାନ କରିଥିଲେ । ସେହିପରି ଲୁହାଗୁଡିର ହାଟପଦାରେ ଆଶ୍ରୟ ନେଇଥିବା ହରିଆନା ରାଜ୍ୟ ସମଲୋଖା ଜିଲ୍ଲା ୧୯ ଜଣ ମହିଳା, ପୁରୁଷ ଓ ସେମାନଙ୍କର ପୁଅ ଝିଅଙ୍କୁ ସଂଘ ଓ ମୋହନା ପୁଲିସ ପକ୍ଷରୁ ବିଭିନ୍ନ ସୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥିବା ବେଳେ ସେମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ,କରୋନା ବିଷୟରେ ଭୟଭିତ ନହେବା ଏବଂ ସଚେତନତା ଅବଲମ୍ବନ କରିବା ବିଷୟରେ ବଝାଇଥିଲେ । ଉକ୍ତ ବ୍ୟବସାୟୀମାନେ ୨ ମାସ ଧରି ମୋହନା ବ୍ଳକର ବିଭିନ୍ନ ପାଂୟତରେ ବୁଲି ବୁଲି କମ୍ବଳ, ବେଡସିଟି୍ ଓ ଖେଳ ସାମଗ୍ରୀ ବିକ୍ରିକରି ପରିବାର ପ୍ରତିପୋଶଣ କରିଆସୁଥିଲେ । କିନ୍ତୁ ରାଜ୍ୟରେ ଲକଡାଉନ ହେବା ଫଳରେ ଘରକୁ ଫେରିନପାରି ଉକ୍ତ ସ୍ଥାନରେ ଫସି ରହିଥିଲେ । ଲୁହାଗୁଡି ପଂଚାୟତ ଅନ୍ତର୍ଗତ କମଳାପୁରୁ ଗ୍ରାମର ଓ ଭିନ୍ନକ୍ଷମ ଓ ଗରିବ ପରିବାରର ୭ଜଣଙ୍କୁ, ଗୋବିନ୍ଦପୁର ପଂଚାୟତ ମହାଗଣ୍ଡା ଗ୍ରାମର ୪ ପରିବାରଙ୍କୁ, ବଡମଳେଇ ଗ୍ରାମର ୩ ପରିବାରଙ୍କୁ ସଂଘ ପକ୍ଷରୁ ରିଲିଫ ବଂଟନ କରାଯାଇଥିଲା । ସେହିପରି କେଶରା ଗ୍ରାମର ୪ ପରିବାର, ଖଣି ଗ୍ରାମର ୫ ପରିବାର ଓ ମୋହନା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେ ୨ ମାସ ଧରି କମାର କରି ପେଟ ପୋଶୁଥିବା ମଧ୍ୟ ପ୍ରଦେଶ ରାଜ୍ୟର ୭ ଜଣ ପୁରୁଷ, ମହିଳା ଏବଂ ତାଙ୍କ ପୁଅ ଝିଅଙ୍କୁ ସଂଘ ପକ୍ଷରୁ ଚାଉଳ, ଚୁଡା, ଅଟା, ବିସ୍କେଟ, ପାଣି ବୋତଲ, ପନିପରିବା, ସାନିଟାଇଜର ଆଦି ଖାଦ୍ୟ ସାମଗ୍ରୀ ବଂଟନ କରାଯାଇ ସଚେତନତା କରାଯାଇଥିଲା । ଏହି ରିଲିଫ କାର୍ଯ୍ୟରେ ମୋହନା ସାମ୍ବାଦିକ ସଂଘର ଗଣ ମାଧ୍ୟମ ପ୍ରତନିଧି ପଂଚାନନ ଦାଶ, ମିିହିର ଜତି, ମୋହନ ଗୌଡ, ଅଂଶୁମାନ ପଣ୍ଡା ଏବଂ ଥାନା ଅଧିକାରୀ ସୁଜିତ କୁମାର ନାୟକ, ଶ୍ରୀ ଗଣେଶ ବଣିକ ସଂଘ ସଭାପତି ଇ.ଦିଲିପଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।