ବାଲେଶ୍ଵର,୨ା୪ ( ନରେନ୍ଦ୍ର ପ୍ରସାଦ ବେହେରା) : କରୋନା ଭୟରେ ଆତଙ୍କିତ ନହେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଚେତନତା କରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ବିଭିନ୍ନ ପ୍ରକାରର ଆତଙ୍କ ଖେଳାଉଛନ୍ତି । ଯାହାଦ୍ୱାରା କି ଲୋକମାନେ ଅଧିକରୁ ଅଧିକ ଭୟଭୀତ ହେଉଛନ୍ତି । ସୋସିଆଲ ମିଡିଆରେ ଆତଙ୍କ ଖେଳାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ୍ କରିଛି ଖଇରା ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ । ସୂଚନାରୁ ଜଣାଯାଇଛି ଯେ ଖଇରା ଥାନା ଅଧିନ କୃଷ୍ଣପୁର ଗ୍ରାମର ଶରତ କୁମାର ଦାସ ଏବଂ ବିଜୟ କୁମାର ମଲ୍ଲିକ ନାମକ ଦୁଇଜଣ ବ୍ୟକ୍ତି ସୋସିଆଲ ମିଡ଼ିଆ ମାଧ୍ୟମରେ ଉକ୍ତ ଅଞ୍ଚଳରେ କରୋନା ହୋଇଥିବା ନେଇ ମିଥ୍ୟା ଗୁଜବ ପ୍ରଚାର କରିଥିଲେ । ଏହି ମିଥ୍ୟା ଗୁଜବ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ଫଳରେ ଅଞ୍ଚଳ ବାସୀ ଅତ୍ୟଧିକ ପରିମାଣରେ ଆତଙ୍କିତ ହୋଇପଡିଥିଲେ । ଏ ଘଟଣା ଖଇରା ଥାନା ଆଇ ଆଇ ସି ସୁବ୍ରତ କୁମାର ବେହେରାଙ୍କ ନଜରକୁ ଆସିବାରୁ ଶ୍ରୀ ବେହେରା ଏହାକୁ ଗୁରୁତର ସହ ବିଚାରକୁ ନେଇ ଘଟଣାର ତଦନ୍ତ କରି ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ୍ କରି କେସ ନଂ ୬୫/୨୦ ଅଣ୍ଡର ସେକ୍ସନ ଦଫା ୨୬୦,୨୭୦,୨୭୧,୫୦୫ ଏବଂ ଆଇ ପି.ସି ୭୧,/୭୪ ଆଇ ଟି ଆକ୍ଟରେ କୋର୍ଟ ଚାଲାଣ କରିଥିବା ଆଇଆଇସି ଶ୍ରୀ ବେହେରା ସୂଚନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।