କଳାହାଣ୍ଡି,୩୧ା୩,(କୁଲମଣି ସାହୁ) : କରଲାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ଓ କଳାହାଣ୍ଡି ପୋଲିସ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଉକ୍ତ ଶିବିରରେ ମୋଟ ୨୪ଜଣ ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ, ଏଥିରେ ୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା,କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକାରୀ ମନୋଜ କୁମାର ମହନ୍ତ, ମଦନପୁର ରାମପୁର ଥାନା ଅଧିକରୀ ଗୋବିନ୍ଦ ମାଝୀ, କରଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧିଶଚନ୍ଦ୍ର ବିଶ୍ୱାସ ଯୋଗ ଦେଇଥିବା ବେଳେ ଶ୍ରୀ ମହାନ୍ତ ସାର ସୂଚନା ଦେଇଛନ୍ତି ଜିଲ୍ଲା ଡାକ୍ତରଖାନାରେ ରକ୍ତ ଭଣ୍ଡାରରେ ରକ୍ତ କମ ଥିବାରୁ ଆସୁଥିବା ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ତାହାକୁ ଆଖିଆଗରେ ରଖି ଏଭଳି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି, ଏହି ଶିବିରରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ଫାଉଣ୍ଡର ପ୍ରମୋଦ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୁଦ୍ଧେଶ୍ୱର ଚୌଧୁରୀ, କରଲାମୁଣ୍ଡା ବ୍ଲକର ଉପସଭାପତି ଵୈସାଖୁ ସାହୁ, ସମ୍ପାଦକ ଡମ୍ବରୁଧର ସାହୁ, ବ୍ଲକ କାର୍ଯ୍ୟକାରିଣୀ ସଦସ୍ୟ ହେମନ୍ତ ସାହୁ, ବିଶ୍ୱନାଥ ସାହୁ , ନିର୍ଦେଶକ ସୁମନ୍ତ ସାହୁ, ମେମ୍ବର ସରୋଜ ସାହୁ ଉପସ୍ଥିତ ରହି ଉକ୍ତ ଶିବିରକୁ ସଫଳ କରିଥିଲେ ।