ବାଲେଶ୍ବର,୩୧ା୩,(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ସଞ୍ଚୟିକା ମହାସଂଘର ବଣପାରିଆ ଭାଗବତ ଗୋସାଇଁ ମହିଳା ମଣ୍ଡଳ ତରଫରୁ ଖଇରା ବଜାରରେ ଆଜି ଏକ ସୁଲଭ ମୂଲ୍ୟରେ ଆଳୁ, ପିଆଜ, ରସୁଣ, ଅଦା, ଦୋକାନକୁ ଖଇରା ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଥିବା ବାଲେଶ୍ବରର ଡେପୁଟି ସିଇଓ ଓରମାସର ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ବାଳ, ବିପିଏମ ଶୋଭନା ଦାଶ,ଖଇରା ବ୍କକର ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ, ଜିପିଏଲ ଏଫର ସଭାପତି ତଥା ସଭାନେତ୍ରୀ ରଶ୍ମିତା ମହାପାତ୍ର, ଏମବିକେ ତଥା ରାଜ୍ୟ ସଭାନେତ୍ରୀ (ସଭାପତି) ନିରୁପମା ନାୟକ ଏବଂ ବଣପାରିଆ ଭାଗବତ ଗୋସାଇଁ ମହିଳା ମଣ୍ଡଳର ବହୁ ସଭ୍ଯା ଉପସ୍ଥିତ ଥିଲେ । ଏହି ସୁଲଭ ଦୋକାନ ପ୍ରତ୍ୟେକ ଦିନ ସକାଳ୮ଟାରୁ ଖୋଲା ଯାଇ ଅପରାହ୍ନ ୫ଟାରେ ବନ୍ଦ ରହିବ ବୋଲି ଏମବିକେର ସଭାନେତ୍ରୀ ନିରୁପମା ନାୟକ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି । ଏଥିସହିତ ଦୋକାନ ଆଗରେ ଏକ ଦୈନଦିନର ମୂଲ୍ୟ ସୂଚି ତାଲିକା ହୋଇ ଝୁଲୁଥିବାର ଦେଖିବା ପାଇଁ ମିଳିଥିଲା । ଆଳୁ ୫କିଲୋଗ୍ରାମକୁ ୯୦ଟଙ୍କା, ପିଆଜ ୧କିଲୋଗ୍ରାମ ପ୍ରତି୨୮ଟଙ୍କା, ରସୁଣ ୨୫୦ଗ୍ରାମକୁ ୩୫ଟଙ୍କା, ଅଦା ୨୫୦ଗ୍ରାମକୁ ୨୫ଟଙ୍କା ସରକାରୀ ଧାର୍ଯ୍ୟ ଦରରେ ବିକ୍ରି କରିବା ପାଇଁ କହିଥିଲେ । ସର୍ବଶେଷରେ ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ସମସ୍ତ ଜନସାଧାରଣଙ୍କୁ ଏହି ସୁଲଭ ମୂଲ୍ୟ ଦୋକାନରୁ ନିତ୍ଯବ୍ଯବହାର ଜିନିଷପତ୍ର କିଣିବା ପାଇଁ ଅନୁରୋଧ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯଦି କେହି ବ୍ଲକର ଅନ୍ୟ ଏସ,ଏଚ,ଜି ଗ୍ରୁପର ସଭ୍ଯା ମାନେ ଏହି ସୁଲଭ ମୂଲ୍ୟରେ ଦୋକାନ ବିଭିନ୍ନ ସ୍ଥାନରେ ଖୋଲିବାକୁ ଚାହିଁବେ ତାହେଲେ ସେମାନଙ୍କୁ ମଧ୍ୟ ଖୋଲିବା ପାଇଁ ସାହାଯ୍ୟ କରାଯିବ । ଆପଣମାନେ ଦୋକାନକୁ ଆସି ଜିନିଷପତ୍ର କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରି ସମସ୍ତ ସତକର୍ତା ଅବଲମ୍ବନ କରିବା ପାଇଁ ମଧ୍ୟ ବିଡ଼ିଓ ଶ୍ରୀ ବଳ ଖାଉଟି ମାନଙ୍କୁ ଅନୁରୋଧ କରିଛନ୍ତି ।