ବାଲେଶ୍ବର,୩୧ା୩,(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କଇଥ ଗଢିଆ ପଞ୍ଚାୟତର ପାତ୍ର ଖୁଣ୍ଟା ଗ୍ରାମରେ ଥିବା ଦୁଇଟି ବେଆଇନ ଦେଶୀ ମଦ ଭାଟି ଉପରେ ଖଇରା ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ଓ ତାଙ୍କ ଟିମ୍ ସହିତ ଆଜି ଚଢ଼ାଉ କରି ୨୮ ଲିଟର ଦେଶୀ ମଦ ଜବତ କରିଛନ୍ତି । ଘଟଣାରୁ ପ୍ରକାଶ ସାରା ଦେଶରେ ଲକ୍ ଡାଉନ୍ ରହିଥିବା ବେଳେ ଗ୍ରାମରେ ଥିବା ଅଲେଖ ପାତ୍ର ଓ ଅକ୍ଷୟ ପାତ୍ର ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିଲେ । ତେବେ ରାତି ପାଇଲେ ଭାଟି ଗୁଡ଼ିକରେ ଜମା ହେଉ ଥିଲା ଶହଶହ ଲୋକଙ୍କ ଭିଡ଼ ଗହଳି । ହେଲେ ଏଥି ପ୍ରତି କାହାର ନଜର ନଥିଲା । ଗ୍ରାମବାସୀଠାରୁ ଖବର ପାଇ ବିଡିଓ ଶ୍ରୀ ବଳ ତାଙ୍କର ସ୍ବତନ୍ତ୍ର ଟିମ୍ ସହ ସନ୍ଧ୍ୟାରେ ମଦ ଭାଟି ଗୁଡିକ ଉପରେ ଛଡାଉ କରି ବିପୁଳ ମାତ୍ରାରେ ଦେଶୀ ମଦ ଜବତ କରିଥିବାର ଦେଖିବାକୁ ମିଳିଛି । ତେବେ ଗ୍ରାମବାସୀ ମାନେ ବିଡ଼ିଓଙ୍କ କାର୍ଯ୍ୟର ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି ।