କରୋନା ସଚେତନ ପାଇଁ ଅଣ୍ଟା ଭିଡିଲେ କଲ୍ଯାଣୀ ଗ୍ରାମବାସୀ

332
ADVERTISEMENT

ବାଲେଶ୍ଵର ,୩୦।୩( ନରେନ୍ଦ୍ର ପ୍ରସାଦ ବେହେରା) : କରୋନା ଭାଇରସ୍ ଆଜି ସାରା ବିଶ୍ଵରେ ମହାମାରି ରୂପ ନେଇଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ ନିମନ୍ତେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି । ସରକାରଙ୍କ ନିବେଦନକୁ ମଧ୍ୟ ସମ୍ମାନ ଦେଉଛନ୍ତି ଜନସାଧାରଣ । ଅତ୍ଯାବଶ୍ଯକ ସାମଗ୍ରୀ ଏବଂ ଜରୁରୀ କାମ ପାଇଁ ଯାତାୟାତ କରୁଥିବା ଲୋକମାନଙ୍କୁ ରାସ୍ତାରେ ଦେଖିବାକୁ ମିଳୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଗ୍ରାମଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଲାଗିପଡିଛନ୍ତି , ଯେପରିକି କେହିଜଣେ କରୋନା ଭାଇରସରେ ଆକ୍ରାନ୍ତ ନ ହେଉ । ସେଥିମଧ୍ୟରୁ ଖଇରା ବ୍ଲକ ବଡ଼ନୂଆଗାଁ ପଞ୍ଚାୟତରେ ଲୋକମାନଙ୍କୁ ସଚେତନ କରାଯାଉଥିବାର ଗଣମାଧ୍ୟମ ନଜରକୁ ଆସିଛି । ଗ୍ରାମର ଗାଁ କଲ୍ଯାଣ ସମିତିର ସଭ୍ଯା,ଆଶା ଓ ଅଙ୍ଗନବାଡି ସଭ୍ଯାମାନେ ଗ୍ରାମ ରାସ୍ତାକୁ ବାଉଁଶ ଦ୍ବାରା ଅବରୋଧ କରି ଲକ୍ ଡାଉନ୍ ଲେଖା ଝୁଲାଇ ହାତଧୁଆ କରାଇ ଲୋକମାନଙ୍କୁ ସଚେତନ କରାଉଛନ୍ତି । ଏଥିସହିତ ଗ୍ରାମବାସୀ ମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି । ଏହାକୁ କଲ୍ଯାଣୀ ଗ୍ରାମବାସୀ ସନାତନ ନନ୍ଦ, ପ୍ରଫୁଲ୍ଲ ଜେନା,ମାଧୁରୀ ଜେନା,ବାପି,ଲମ୍ବୁଧର,କପିଳା,ସମ୍ବୁନାଥ, ଅକ୍ଷୟ, ତପନ ଓ ରବୀନ୍ଦ୍ରଙ୍କ ସମେତ ବହୁ ଗ୍ରାମବାସୀ ସହଯୋଗ କରିବା ସହିତ ସଭ୍ଯାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Advertisement