ପଞ୍ଚାୟତ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

652
ADVERTISEMENT

ବାଲେଶ୍ବର ,୩୦।୩(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ତରଫରୁ ବଣପାରିଆ ଗ୍ରାମରେ ଥିବା ପାଠଗାର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ଅସହାୟ, ଗରିବ, ଭିକାରୀ, ଦିନଦୁଃଖୀ ଓ ବିକଳାଙ୍ଗ ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ରଥମ ପର୍ଯ୍ୟାୟରେ ବଣପାରିଆ ଭାଗବତ ଗୋସାଇଁ ମହିଳା ମଣ୍ଡଳ ଦ୍ବାରା ଆରମ୍ଭ ହୋଇଛି । ଖଇରା ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ଶୁଭାରମ୍ଭ କରିଛନ୍ତି । ଏହି ଖାଦ୍ୟ ବଣ୍ଟନ ସମୟରେ ଖଇରା ସରପଞ୍ଚ ସୁଦର୍ଶନ ସେଠୀ, ମହିଳା ସଗଠନର ସଭା ନେତ୍ରୀ ତଥା ସଭାପତି ରଶ୍ମିତା ମହାପାତ୍ର, ଓଡିଶା ମିଶନ ରାଜ୍ୟ ସଭାପତି( ସଭାନେତ୍ରୀ) ନିରୁପମା ନାୟକ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ୱାର୍ଡ ସଭ୍ଯ ଗୋରହରି ବେହେରା, ଟୁଙ୍ଗୀ ସାମଲ ଏବଂ ଗାଁର ବିଭିନ୍ନ କର୍ମକର୍ତ୍ତାମାନେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଦୂରତା ବଜାୟ ରଖି ଏମାନଙ୍କ ଉପସ୍ଥିତରେ ଆଜି ରନ୍ଧା ଖାଦ୍ୟ ଭାତ,ଡାଲମା, ଖଟା,୩୦ଜଣ ପୁରୁଷ ଓ ମହିଳା ମାନଙ୍କୁ ବଣ୍ଟନ କରିଛନ୍ତି । ସେଥିମଧ୍ୟରୁ ଉକ୍ତ ରନ୍ଧା ଖାଦ୍ୟ କେନ୍ଦ୍ରରେ ୨୦ଜଣ ଖାଦ୍ୟ ଖାଇଥିଲେ ଆଉ ଅବଶିଷ୍ଟ ଖାଦ୍ୟକୁ ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ଅସହାୟ, ଗରିବ ଲୋକ ମାନଙ୍କ ଘରକୁ ଯାଇ ନିଜେ ବଣ୍ଟନ କରିଥିଲେ ଯାହା ଖଇରା ସରପଞ୍ଚ ସୁଦର୍ଶନ ସେଠୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ ଆସନ୍ତାକାଲି ଖଇରା ସରକାରୀ ହାଇସ୍କୁଲରେ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ଟୋକନ ବଣ୍ଟନ କରିଛନ୍ତି ।

Advertisement