ପାରଳା ବିଧାୟକଙ୍କ ଦ୍ୱାରା ନିରୀହ ପଶୁ ପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ

241
ADVERTISEMENT

ପାରଳାଖେମୁଣ୍ଡି,୩୦।୩(ପ୍ରଭାତ କୁମାର ପାତ୍ର): କରୋନା ଭାଇରସରେ ଦେଶ ସାରା ଲକ-ଡାଉନ ଥିବାବେଳେ ସମସ୍ତ ଦୋକାନ ବଜାର ହୋଟେଲ ବନ୍ଧ ଥିବା ହେତୁ ପଶୁ ପକ୍ଷୀ ମାନଙ୍କୁ ଆଜି ପାରଳା ବିଧାୟକ କେ.ନାରାୟଣ ରାଓ ବିଭିନ୍ନ ସାହିରେ ଥିବା ବୁଲା କୁକୁର ,ଗାଈକୁ ଖାଦ୍ୟ ଦେଇଥିଲେ । ସହର ଲକ-ଡ଼ାଉନ ଥିବା ହେତୁ ହୋଟେଲ, ଜଳଖିଆ ଦୋକାନ ବନ୍ଦ ଥିବାରୁ କୁକୁର ମନଙ୍କୁ ଖାଦ୍ୟ ନମିଳି ମରିଯିବା ସମ୍ଭାବନା ଥିବାରୁ ଏପରି ପଦକ୍ଷେପ ପାରଳା ବିଧାୟକ କେ.ନାରାୟଣ ରାଓ ନେଇଥିବା ଜଣାପଡିଛି । ସେହିଭଳି ଗାଇଗୁଡିକୁ ଲୋକେ ଯିବାଆସିବା ବନ୍ଦ ଥିବାରୁ କିଛି ନମିଳିବା ଦେଖି ସେମାନଙ୍କୁ ଘାସ ,ବିଭିନ୍ନ ପ୍ରକାର ପନିପରିବା ଦେଇଥିଲେ ବିଧାୟକ ଓ କୁକୁର ମନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା ।ଏହିଭଳି ସ୍ବେଚ୍ଛାସେବୀ କାମ କରିବା ହେତୁ ବିଧାୟକଙ୍କୁ ପାରଳା ବାସୀ ବହୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ପି. କ୍ରିଷ୍ଣା, ନୁରସିଂହ ଚରଣ ପଟନାୟକ, ଚିଟି ସୀମାଦ୍ରୀ ସମେତ ତାଙ୍କ ବହୁ ସହଯୋଗୀ ଉପସ୍ଥିତ ଥିଲେ ।

Advertisement