ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

220
ADVERTISEMENT

ଭୁବନେଶ୍ୱର, ୨୭/୦୩ (ଡ଼ିଏଚ) : ତୃତୀୟ କରୋନା ଆ୍ରାନ୍ତଙ୍କ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ଼ ୧୯ ମୁଖପାତ୍ର ସୁବ୍ରତ ବାଗଚୀ । ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ତୃତୀୟ କରୋନା ଆକ୍ରାନ୍ତ ୬୦ ବୟସ୍କ ବ୍ୟକ୍ତି ଜଣକ ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇଥିଲେ ।

ସେଠାରୁ ସେ ହରିୟାଣା ରିୱାଡ଼ା ଯାଇ ମାର୍ଚ୍ଚ ୧୦ ତାରିଖରେ ନିଜ ପତ୍ନୀ ଓ ଝିଅ ସହ ଭୁବନେଶ୍ୱର ଫେରିଥିଲେ । ଇଣ୍ଡିଗୋ ବିମାନ ଯୋଗେ ସେ ସପରିବାର ଭୁବନେଶ୍ୱର ଫେରିଥିଲେ । ମାର୍ଚ୍ଚ ୧୩ ତାରିଖରେ ସେ ପ୍ରଥମେ ଅସୁସ୍ଥତା ଅନୁଭବ କରିଥିଲେ । ଉାର୍ଚ୍ଚ ୧୬ ତାରିଖରେ ସମ୍ପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତି ବିଧାନସଭା ଡିସପେନସରୀକୁ ଚିକିତ୍ସା ପାଇଁ ଯାଇଥିଲେ ।

ଏହାପରେ ପୁଣି ସେ ଅସୁସ୍ଥତା କାରଣରୁ ମାର୍ଚ୍ଚ ୨୧ ତାରିଖରେ କର କ୍ଲିନିକ୍ ଯାଇଥିଲେ । କର କ୍ଲିନିକରେ ସେ ୨୩ ତାରିଖରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୨୪ ତାରିଖରେ ସେଠୁ ଡିସଚାର୍ଜ ହୋଇଥିଲେ । ତାଙ୍କୁ ମାର୍ଚ୍ଚ ୨୫ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ ହୋଇଥିଲେ ।

୨୫ ତାରିଖରେ ବ୍ୟକ୍ତିଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । କାଲି ତାଙ୍କ ରିପୋର୍ଟ ପଜିଟଭ ଆସିଛି । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ସଂପୃକ୍ତ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଖୋଜା ଖୋଜି ପ୍ରକ୍ର୍ରିୟା ଚାଲିଛି । କରୋନା ଆକ୍ରାନ୍ତ ଜଣକ ନିଜ ସ୍ତ୍ରୀ, ଝିଅ ଏବଂ ଡ୍ରାଇଭରଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।

ସଂପୃକ୍ତ ୩ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ବ୍ୟକ୍ତି ଜଣଙ୍କ ଆସିଥିବା ଇଣ୍ଡିଗୋ ବିମାନ, କର କ୍ଲିନିକ୍, ବିଧାନସଭା ଡିସପେନସରୀ ଯାଇଥିବା ଲୋକେ ଘରେ କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

Advertisement