ବସ୍ତ୍ର ଓ ପରିଧାନ ରପ୍ତାନି ଉପରେ ଟିକସ ରିହାତି ଅବଧି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

454
ADVERTISEMENT

ନୂଆଦିଲ୍ଲୀ, ୨୭/୦୩ (ଡ଼ିଏଚ) : ବସ୍ତ୍ର ଓ ପରିଧାନର ରପ୍ତାନି ଉପରେ ରାଜ୍ୟ ଓ କେନ୍ଦ୍ରୀୟ ଟିକସ ଏବଂ ଲେଭିରେ ରିହାତି (ଆରଓଏସସିଟିଏଲ) ଯୋଜନା ୧ ଏପ୍ରିଲ, ୨୦୨୦ ପରେ ମଧ୍ୟ ଜାରି ରହିବ । ରପ୍ତାନି ଉତ୍ପାଦ ଉପରେ ଟିକସ ଓ ଶୁଳ୍କ ଛାଡ଼ (ଆରଓଡିଟିଇପି) ଯୋଜନା ସହିତ ସମ୍ମିଶ୍ରଣ ପର୍ୟ୍ୟନ୍ତ ଏହି ଯୋଜନାକୁ ଜାରି ରଖିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଆରଓଡିଟିଇପି ଯୋଜନା ସହିତ ଆରଓଏସସିଟିଏଲ ଯୋଜନା ନମିଶିବା ପର୍ୟ୍ୟନ୍ତ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଯୋଜନାର ଦିଶାନିର୍ଦ୍ଦେଶ ଏବଂ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ସମସ୍ତ ବସ୍ତ୍ର ଏବଂ ପରିଧାନ ରପ୍ତାନି କ୍ଷେତ୍ରରେ ଆରଓଏସସିଟିଏଲ ଯୋଜନା ୧ ଏପ୍ରିଲ, ୨୦୨୦ ପରେ ମଧ୍ୟ ଜାରି ରହିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ।

୩୧ ମାର୍ଚ୍ଚ ୨୦୨୦ ପରେ ଏହି ଯୋଜନା ଜାରି ରହିବା ଫଳରେ ବୟନ ଶିଳ୍ପ କ୍ଷେତ୍ର ପାଇଁ ବିଭିନ୍ନ ଟିକସ/ଲେଭିରେ ରିହାତି ମିଳିପାରିବ । ଫଳରେ ଏହି କ୍ଷେତ୍ର ଅଧିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବ ।

Advertisement