ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି

228
ADVERTISEMENT

ପାରଳାଖେମୁଣ୍ଡି,୨୭ା୩,(ପ୍ରଭାତ ପାତ୍ର) :ଅନ୍ୟ ରାଜ୍ୟ ରେ ଫସିରହିଥିବା ଓଡିଶା ଲୋକଙ୍କୁ ସହାୟତା ଯୋଗାଇଦେବେ ଓଡିଶା ସରକାର ଆଜି ଘଷଣା କରିଛନ୍ତି ରାଜ୍ୟସରକାର ସେହିଭଳି ଗଜପତିର ବହୁ ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି ଶ୍ରମିକ ମାନେ ବେଙ୍ଗାଳୁରୁ, ଦିଲ୍ଲୀ, କଲିକତା, ଚେନେଇ, ହାଦ୍ରାବାଦ ପ୍ରମୁଖ ସହରରେ ଫସିରହିଥିବା ଜଣାପଡିଛି । ଆଜି ଗଜପତି ଜିଲାପାଳଙ୍କୁ କିଛି ଗଜପତି ବାସୀ ଫସି ରହିଥିବା ଓଡିଶା ଲୋକଙ୍କୁ ଓଡିଶା ଫେରେଇ ଆଣିବା ପାଇଁ ନିବେଦନ କରିଥିଲେ । ଗଜପତି ଜିଲାପାଳ ଅନୁପମ ସାହା ପ୍ରତିସୁତି ଦେଇ କହିଛନ୍ତି ସେମାଙ୍କ କୈଣସି ଅସୁବିଧା ହେବାକୁ ଦେବୁ ନାହିଁ । ଫସିରହିଥିବା ଓଡ଼ିଶା ଲୋକଙ୍କ ମୋବାଇଲ ନମ୍ବର ନେଇ ନିଜେ ଜିଲାପାଳ ସେମାନଙ୍କ ସହ କଥାବାର୍ତା କରି ସେମାନଙ୍କୁ ଆଶ୍ୱସନା ଦେବା ସହ ଅର୍ଥିକ ସହାୟତା ମଧ୍ୟ ଯୋଗାଇଦେବେ ବଲି ଜଣାଇଛନ୍ତି ।

Advertisement