ଜୟପୁର,୨୭ା୩,(ସୁକାନ୍ତ ପ୍ରଧାନ) : ଲକ ଡାଉନର ପ୍ରଭାବ ଜୟପୁରର ମୁଖ୍ୟ ବଜାରରେ ଦେଖିବାକୁ ମିଳିଛି, ସବୁ ପନି ପରିବା ସୁବିଧାରେ ମିଳୁଥିବାବେଳେ ଆଳୁର ଘୋର ସଙ୍କଟ ଦେଖାଦେଇଛି l ଖୁଚୁରା ଵ୍ୟଵସାୟୀ ମାନଙ୍କ ପାଖରେ ଯଥେଷ୍ଟ ପରିମାଣର ଆଳୁ ନଥିବାରୁ ମନ ଇଛା ବିକ୍ରି କରୁଛନ୍ତି l ଏହାର କାରଣ ହେଲା ଗତ କିଛିଦିନ ତଳେ ଯେଉଁ ବସ୍ତା ଆଠଶହ କୋଡିଏ ଟଙ୍କାରେ ମିଳୁଥିଲା ତାହା ଏବେ ନସହ ଷାଠିଏ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି l ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଯାଇଛି l