ଲକ ଡାଉନରେ ବୋରିଗୁମ୍ମା ସହର

599
ADVERTISEMENT

ବୋରିଗୁମ୍ମା,୨୬।୩(ଦୟାନିଧି ପଟନାୟକ) : କରୋନା ଭାଇରସ ବିଶ୍ୱକୁ ଗ୍ରାସ କରିଛି। ଆମ ଦେଶ ଭାରତ ବି ବାଦ ପଡ଼ିନାହିଁ । ଦେଶରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ୫୭୭ ଥିବା ବେଳେ ,ଆମ ରାଜ୍ୟ ସରକାର କରୋନା ଭାଇରସକୁ ରୋକିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ବସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରିଥିବା ବେଳେ ୩୦ ଗୋଟି ଜିଲ୍ଲାରେ ଲକ ଡ଼ାଉନ କରିଛନ୍ତି । କୋରାପୁଟ ଜିଲ୍ଲାରେ ବୋରିଗୁମ୍ମା ସହରରେ ଏହାର ପ୍ରଭାବ ଦେଖାଦେଇଛି। ଲୋକେ ଅତ୍ୟାବଶକ ନ ହେଲେ ଲୋକେ ପଦାକୁ ବାହାରୁ ନାହାନ୍ତି। ବୋରିଗୁମ୍ମା ସହରରେ କିରାନା ଦୋକାନ, ଫଳ , କ୍ଷୀର,ମାଛ , ମାଂସ ଓ ପନିପରିବା ଦୋକାନ କୁ ବାଦ ଦେଲେ କୌଣସି ଦୋକାନ ଖୋଲିନାହଁ। ତେବେ ସକାଳ ୮ଟା ପରେ କିରାଣି ଓ ପନିପରିବା ଦୋକାନ ରେ ଗହଳି ଦେଖିବାକୁ ମିଳୁଛି। ସାମାଜିକ ଦୂରତ୍ୱ ଲୋକମାନେ ପାଳନ କରୁ ନ ଥିବା ଦେଖାଦେଇଛି। ପୋଲିସ ଏସ ଡ଼ି ପି ଓ ହରେକୃଷ୍ଣ ମାଝି ଓ ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ ତତ୍ୱବାଧାନରେ ଲୋକ ମାନଙ୍କୁ ରାସ୍ତାରେ ଅଟକାଇ ପୋଲିସ ପଚାରୁଛି। ବାଇକରେ ଦୂଇ ଜଣ ଗଲେ ,ବିନା କାରଣରେ ବାଇକରେ ବୁଲିଲେ ପୋଲିସ କାରଣ ପଚାରୁଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୧ ଦିନିଆ ଲକ ଡ଼ାଉନ ପରେ କିଛି ବ୍ୟବସାୟୀ କିରାଣି ସାମଗ୍ରୀ ଅତ୍ୟାବଶକୀୟ ଦ୍ରବ୍ୟ ଚଢା ଦରରେ ବିକୁଥିବା ଦେଖିବାକୁ ମିଳିଛି । କିଛି କୁରାନା ଦୋକାନରେ ରାସନ ସାମଗ୍ରୀ ଶେଷ ହୋଇଥିବା ଦେଖାଦେଇଛି।। କେବଳ ବୋରିଗୁମ୍ମା ସହର ନୁହେଁ ଗ୍ରାମାଞ୍ଚଳରେ କରୋନା ଭାଇରସର ପ୍ରଭାବ ପଡିଛି । ୨୧,ଦିନର ଲକ ଡାଉନ ପରେ ଗ୍ରାମାଞ୍ଚଳ ଲୋକ ମଧ୍ୟ ସଚେତନ ହୋଇଛନ୍ତି । ବି ସିଂହପୁର ପୋଲିସ ପେଟ୍ରୋଲିଂ କରି ଲୋକମାନଙ୍କୁ ବୁଝାଉଛି । କୌଣସି ଅତ୍ୟାବଶକ କାମ ଥିଲେ ଘରୁ ବାହାରକୁ ନ ଯିବା ପାଇଁ ସଚେତନ କରି ପ୍ରଚାର କରି, ଘରେ ରୁହନ୍ତୁ ବୋଲି ପୋଲିସ କହିଛି।

Advertisement