ପାରଳାଖେମୁଣ୍ଡି,୨୫।୩(ପ୍ରଭାତ କୁମାର ପାତ୍ର) : କରୋନା ଭାଇରସର କଡା ମୁକାବିଲା କରିବା ଓ ଏଥି ପ୍ରତି ସତର୍କତାର ସହ ଜିଲ୍ଲା ବାସୀଙ୍କୁ ଅଧିକ ସୁରକ୍ଷା ରଖିବା ଏବଂ କରୋନା ଭୂତାଣୁ ସଂକ୍ରମିତ ନ ହେବା ଉଦ୍ଧେଶ୍ୟରେ ଗଜପତି ଜିଲ୍ଲା ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲା ବ୍ୟାପି ଆଜି ରାତି ଠାରୁ ଲକ-ଡାଉନ ଲାଗୁ ହେବା ଘୋଷଣା କରାଯାଇଛି ବୋଲି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସୂଚନା ଦେଇଛନ୍ତି।
ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଗଜପତି ଜିଲ୍ଲା ବାସୀଙ୍କୁ ଆଜି ରାତି ଠାରୁ ସରକାରଙ୍କ ପକ୍ଷରୁ ଲକ-ଡାଉନ ଘୋଷଣା ହୋଇଛି। ଏହି ଲକ-ଡାଉନ ବେଳେ ସରକାରଙ୍କ ପଖରେ ରହିଥିବା ବିଭିନ୍ନ ନିଦ୍ଦେର୍ଶନାମା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି ଲକ-ଡାଉନ ସମୟରେ ଜିଲ୍ଲାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସମସ୍ତ ପ୍ରକାରର ଯାନବାହାନ ଚଳାଚଳ ସବୁ ଲକ-ଡାଉନ ରହିବ। ଅତି ଆବଶ୍ୟକ ସାମଗ୍ରୀ ଚାଲୁ ରହିବ । ଅନ୍ୟ ପକ୍ଷରେ ସର୍ବସାଧାରଣ ତଥା ଜିଲ୍ଲା ବାସୀଙ୍କୁ ଜିଲ୍ଲାପାଳ ଓ ଏସପି ଗଣମାଧ୍ୟମ ଜରିଆରେ ଅଧିକ ସୂଚନା ଦେଇ କହିଥିଲେ ଯେ କରୋନା ଭାଇରସର ସତର୍କତା ଓ ସଚେତନାକୁ ନେଇ ଲକ-ଡାଉନ ସମ୍ପର୍କରେ କହିଲେଯେ ଯେଉଁ ମାନଙ୍କର କିଛି ଜରୁରୀ କାମ ପଡୁନି ସେମାନେ ବାହାରକୁ ବାହାରନ୍ତୁ ନାହିଁ ଯଦି ବାହାରିଲେ ଜରୁରୀ ସ୍ଥଳେ ତେବେ ପୋଲିସ କି ପ୍ରଶାସନର ଅନୁମତି ନେବାକୁ ହେବ ଯଦି ବିନାକାମରେ ବାହାରକୁ ଅଯଥାରେ ବାହାରନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।