ପାରଳାଖେମୁଣ୍ଡି,୨୪।୩(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଓଡିଶା – ଆନ୍ଧ୍ର ଆନ୍ଧ୍ର ସୀମାନ୍ତର ଦକ୍ଷିଣ ,ପୂର୍ବ ଓ ଉତ୍ତର ପଶ୍ଚିମରେ ଥିବା ପ୍ରବେଶ ପଥକୁ ସିଲ୍ କରି ନାକାବନ୍ଦୀ କରି ଦିଆଯାଇଛି। କରୋନା ଭୂତାଣୁ ଦେଶରେ ତାର କାୟା ବିସ୍ତାର କରି ଚାଲୁଥିବା ବେଳେ ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରାମିତଙ୍କ ସଂଖ୍ୟା ୩୪୧ ରେ ପହଞ୍ଚିଛି ଏବଂ ଏହି କରୋନା ଭୂତାଣୁରେ ମୃତ୍ୟୁ ସଂଖ୍ୟା ୭ କୁ ଛୁଇଁଲାଣି। ଏହି କରୋନା ଭାଇରସର ଭୟାବହତୀକୁ ଏବଂ ଏହାକୁ ରୋକାଯିବା ଓ ଲୋକଙ୍କୁ ସୁରକ୍ଷିତ ରଖିବା ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନିଦ୍ଦେର୍ଶନାମା ଜାରି କରାଯାଇଥିବା ପ୍ରକାରେ ଆନ୍ତଃରାଜ୍ୟ ବସ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳକୁ ନିଷେଧ କରାଯାଇଛି। ସେହି ଅନୁସାରେ ଗଜପତି ଜିଲ୍ଲାକୁ ପଡୋଶୀ ଆନ୍ଦ୍ର ପ୍ରଦେଶ ପଟର ୩ ଟି ପ୍ରବେଶ ପଥକୁ ସିଲ୍ କରି ନାକାବନ୍ଦୀ କରା ଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ପ୍ରତ୍ୟକ୍ଷ ତତ୍ଵାବଧାନରେ ଓ ନେତୃତ୍ୱରେ ଓଡିଶା – ଆନ୍ଦ୍ର ସୀମାନ୍ତରେ ରହିଥିବା ପ୍ରବେଶ ପଥ ପାରଳାଖେମୁଣ୍ଡି ଉପକଣ୍ଠ ସମେତ ଦେବତୀ, ଫରେଷ୍ଟ ଛକ ନିକଟ ପ୍ରବେଶ ରାସ୍ତାରେ ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ନାକାବନ୍ଦୀ କରା ଯାଇଛି। କୈାଣସି ପ୍ରକାରର ଯାନବାହାନକୁ ଛଡା ଦିଆ ନଯାଇ ଫେରେଇ ଦିଆ ଯାଇଛି। ସେହିପରି ଆନ୍ଦ୍ର ପୁରୁଣାପାଟଣା ପୋଲିସ ପକ୍ଷରୁ ମଧ୍ୟ ନାକାବନ୍ଦୀ କରାଯାଇଛି।
ଉଭୟ ଓଡିଶା – ଆନ୍ଦ୍ର ପଟରୁ ଯିବାଆସିବା କରୁଥିବା ସମସ୍ତ ପ୍ରକାର ଯାନବାହାନକୁ ଛଡା ଯାଉନି। ଆସୁଥିବା ଯାତ୍ରୀ ମାନେ ହଲାଇ ଚାଲି ଚାଲି ଯିବାଆସିବା ଦେଖିବାକୁ ମିଳିଛି।