କର୍ଫ୍ୟୁ ଦିବସ ପାଳନ ଅବସରରେ ଚାରିଆଡେ ଖାଁ ଖାଁ

231
ADVERTISEMENT

ରା, ଉଦୟଗିରି,୨୨।୩(ସାହେବ ନାୟକ) : ବିଶ୍ୱ ସମୂହ କରୋନା ଭୁତାଣୁର କରାଳରେ ଗ୍ରାସୀ ହୋଇ ଆତଙ୍କର ବାତାବରଣ ସୃଷ୍ଠି ହୋଇଥିବା ବେଳେ ଭାରତ ସେଥିରୁ ବାଦ ପଡିନି।ସତର୍କତା ମୂଳକ ପଦକ୍ଷେପ ନେଇ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ଫ୍ୟୁ ଦିବସ ଆହ୍ୱାନ କ୍ରମେ ଏବଂ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଆହ୍ୱାନର ପ୍ରଥମ ଦିବସକୁ ଚାରି ଆଡ଼େ ଜନ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ରା. ଉଦୟଗିରିରେ ଲୋକେ ସମର୍ଥନ ଜଣାଇ ଏହାକୁ ପାଳନ କରିଥିବା ଦେଖିବାକୁ ମିଳିଛି। ଲୋକ ସ୍ବତପ୍ରବୃତ୍ତ ଭାବେ ଘର ମଧ୍ୟରେ ରହିଥିବା ପରିଲକ୍ଷିତ ହୋଇଛି। ଘରୁ ଲୋକେ ବାହାରକୁ ନ ବାହାରିବା ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତା ଘାଟ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି। କରୋନା ଭାଇରସ ଉପରେ ବିଜୟ ହାସଲ କରିବା ନିମନ୍ତେ ସମସ୍ତେ ଯେମିତି ଏକଜୁଟ ହୋଇପଡିଥିବା ଜଣା ପଡ଼ିଛି। ୧୨ଘଣ୍ଟା କରୋନା ଭାଇରସ ଗୋଟିଏ ଜାଗାରେ ରହି ନଷ୍ଟ ହୋଇଯାଉଥିବା ସ୍ୱଷ୍ଟ ହେଇଥିବା ବେଳେ ସକାଳ ୭ଟା ଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଘରୁ ନ ବାହାରି ସାଧାରଣ ଜନତା ତାକୁ ପ୍ରତିହତ କରିବା ନିମନ୍ତେ ଦୃଢ଼ ନିଶ୍ଚିତ ହୋଇଥିବା ନିଷ୍ପତି ନେଇ କର୍ଫ୍ୟୁ ଦିବସକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

Advertisement