ରା.ଉଦୟଗିରି,୨୨।୩( ସାହେବ ନାୟକ) : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଜନତା କର୍ଫ୍ୟୁକୁ ସମ୍ମାନ ଜଣାଇ ରା.ଉଦୟଗିରିବାସୀ ଘରୁ ବାହାରକୁ ବାହାରିନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଆଜି ଅପରାହ୍ନ ୦୫ ଘଣ୍ଟା ସମୟରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ତାଳ, ଘଣ୍ଟ, ବାଦ୍ୟ,କରତାଳି,ଏବଂ ହୁଳହୁଳି ଶବ୍ଦରେ ରା.ଉଦୟଗିରି ସହର କମ୍ପିଉଠିିଥିଲା।ଲୋକମାନଙ୍କ ଦୃଢ ସମର୍ଥନ ଯୋଗୁଁ ଆମ ଦେଶରୁ ଅତିଶୀଘ୍ର କରୋନା ଲୋପ ପାଇବା ସହ ଆମେ ଜିତିବା ବୋଲି ଲୋକେ କହୁଥିବା ଶୁଣିବାକୁ ମିଳିଛି।