ମୋହନା ଠାରେ ଜନତା କର୍ଫ୍ୟୁ ସଫଳ

296
ADVERTISEMENT

ମୋହନା ,୨୩।୩(ମୋହନ ଗୌଡ଼) :ମୋହନାରେ ଜନତା କର୍ଫ୍ୟୁର ଅଦ୍ଭୁତ ସମର୍ଥନ। ଲୋକେ ନିଜେ ନିଜେ ସଚେତନ ହୋଇ ନିଜକୁ ନିଜେ ଘରେ ରଖି ସମର୍ଥନ ପ୍ରଦାନ କରିଛନ୍ତି। ଏହାସହ ପ୍ରତି ଛକରେ ଟ୍ରାଫିକ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସେଇ ରାସ୍ତା ଦେଇ ଯାଉଥିବା ଲୋକଂକୁ ଅଟକାଇ ଘରକୁ ଯିବାକୁ କହୁଛନ୍ତି। ମେଡିକାଲ ଯାଉଥିବା ଲୋକୋଙ୍କୁ ଛଡାଯାଉଛି। ଏପରି କର୍ଫ୍ୟୁ ଆପଣମାନେ ନ ବ୍ଦେଖିଲେ ବିଶ୍ୱାସ କରିପାରିବେନି। ସବୁ ଦୋକାନ ବଜାର ବନ୍ଦ। ରାସ୍ତା ପୁରା ଶୁନଶାନ୍। ମୋହନା ବାସୀ ଦେଶକୁ ଏକ ଉଦାହରଣ ଦେଇଛନ୍ତି।କରୋନାକୁ ହରାଇ ଦେଶକୁ ଜିତେଇବା ପାଇଁ ଜନତା କର୍ଫ୍ୟୁ କୁ ଲୋକଙ୍କ ସମର୍ଥନ, ଅଧିକ ସଚେତନତା ପାଇଁ ପୋଲିସର ଘନଘନ ପ୍ରଚାର ଅଭିଯାନ ଜାରିରଖିଛନ୍ତି l
ମାରାତ୍ମକ କରୋନା ଭୁତାଣୁ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଆମ ଦେଶ ରେ ମଧ୍ୟ ବ୍ୟାପିବାରେ ଲାଗିଛି l ଏଣୁ କରୋନାକୁ ହରାଇ ଦେଶ କୁ ଜିତେଇବା ପାଇଁ ବିଭିନ୍ନ ପ୍ରକାର ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି l ବିଭିନ୍ନ ରାସ୍ତା ଘାଟ ରେ ଯାତାୟାତ ଶୂନ୍ୟ ଯୋଗୁଁ ସବୁଆଡେ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳୁଛି l

Advertisement