ପାରଳାଖେମୁଣ୍ଡି,୨୩।୩(ପ୍ରଭାତ କୁମାର ପାତ୍ର): ଆଜି ସାରା ଭାରତରେ ଯେଉଁ କର୍ଫ୍ୟୁ ଜାରୀ ରହିଛି , ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ମଧ୍ୟ ସଫଳ ହୋଇଛି । ସହରର କଲେଜ ଛକ ,ଦୈନିକ ବଜାର ଏବଂ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି ।ଲୋକେ ସ୍ୱଚ୍ଛାକୃତ ଭାବେ ଘରୁ ବାହାରି ନଥିଲେ । ସହରରେ ଏକ ପ୍ରକାର ଜନଶୁନ୍ୟ ଦେଖାଯାଇଥିଲା ।ସମ୍ପୂର୍ଣ୍ଣ ଭାବେ ଵସ୍ ସେବା, ରେଳ ସେବା ବନ୍ଦ ରହିଥିଲା । ଲୋକେ କରୋନା ପାଇଁ ଏହି ଜନତା କର୍ଫ୍ୟୁ କୁ ସମ୍ପୁର୍ଣ୍ଣ ପାଳନ କରିଥିଲେ । ପ୍ରଶାସନ ତରଫ ପକ୍ଷରୁ ସମସ୍ତ ଛକ ସ୍ଥାନ ରେ ପୋଲିସ ବ୍ୟବସ୍ଥା କରାଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ସମସ୍ତ ବ୍ୟବସ୍ଥା କୁ ଅନୁଧ୍ୟାନ କରୁଥିଲେ । ସେହିପରି ସହର ର ସମସ୍ତ ମାଛ ,ପନିପରିବାର, ମାଂସ ଦୋଳନ ମଧ୍ୟ ବନ୍ଦ ରହିଥିଲା ।ଲୋକେ ସ୍ବେଚ୍ଛାକୃତ ଭାବେ ସମସ୍ତ ବ୍ୟବସାୟ କେନ୍ଦ୍ର ବନ୍ଦ କରିଥିଲେ ।