କୋରନା ଯାଗୁଁ ବାତିଲ ହେଲା ମାଁ ଶିତଳାଙ୍କ ତ୍ରୟବାର୍ଷିକୀ ଘଟଯାତ୍ରା

331
ADVERTISEMENT

କୋରାପୁଟ,୨୧।୩( ସୁନୀଲ ଦାଶ ): କୋରାପୁଟ ଜିଲ୍ଲାର କୋଟପାଡ଼ ସହର ସ୍ଥିତ ମାଁ ଶିତଳା ଠାକୁରାଣୀଙ୍କ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ତ୍ରୟବାର୍ଷିକୀ ଘଟାଯାତ୍ର ଯାହାକି ମାର୍ଚ୍ଚ ୨୯ ରୁ ପ୍ରାରମ୍ଭ ହୋଇ ଏପ୍ରିଲ ୮ତାରିଖରେ ସମାପନ ହେବାକୁ ଥିଲା ତାହା ଆଜି ବାତିଲ ହୋଇଛି l ଭୟାବହ କୋରନା ଭୁତାଣୁର ସଂକ୍ରମଣ ଆଜି ବହୁ ଦ୍ରୁତଗତିରେ ସମଗ୍ର ଦେଶ ଏବଂ ବିଶ୍ୱରେ ବ୍ୟାପିବାରେ ଲାଗିଛି ଏବଂ ଏହି ମହାମାରୀ ର ସଠିକ ଚିକିଛା ଏଯାଏଁ ଉପଲବ୍ଧ ହୋଇପାରିନି ଏହା ର କେବଳ ଏକ ମାତ୍ର ପ୍ରତିକାର ଆମେ ସଚେତନ ରହିବା ଏବଂ ଅନାବଶ୍ୟକ ଜନଗହଳି ଠାରୁ ଦୂର ରେ ରହିବା l ଏହି ଏକମାତ୍ର ପନ୍ଥା ହିଁ ବିକ୍ରାଳ କୋରନା ସଂକ୍ରମଣକୁ ରୋକିପାରେ l ମାନବ ସମାଜର କଲ୍ୟାଣ, ସୁରକ୍ଷା ଏବଂ କରନା ସଂକ୍ରମଣର ଭୟାବହ ପରିସ୍ଥିତି ଏବଂ ସରକାରଙ୍କ ନିର୍ଦେଶକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି l ଏହା ସାଥେ ସାଥେ କୋରାପୁଟ ଜିଲ୍ଲାର ବିଭିନ୍ନ ସହରରେ ଥିବା ହୋଟେଲ, ଜଳଖିଆ ଦୋକାନ, ସପିଙ୍ଗ ମାଲ, ଯେଉଁଥିରେ କି ଜନଗହଳି ଓ ସଂକ୍ରମଣର ଭୟ ରହୁଛି ତାହା ବନ୍ଦ ରହିବା ଏବଂ ଇଣ୍ଟରଷ୍ଟେଟ ବସ ବନ୍ଦ ରଖିବାକୁ ଏଡ଼ଭାଇଜରି ଜାରି ହୋଇଛି l ଘଟଯାତ୍ରା ବାତିଲ ହେବା ଖବର ନିଶ୍ଚିତ ହିଁ ଭକ୍ତମାନଙ୍କ ହୃଦୟରେ ଦୁଃଖ ଦେଇଛି କିନ୍ତୁ ଏପରି ପରିସ୍ଥିତିରେ ମାନବ ସମାଜର ସୁରକ୍ଷା ପାଇଁ ଏହା ଏକ ଉଦ୍ଧିଷ୍ଟ ପଦକ୍ଷେପ l

Advertisement