ଆକାଂକ୍ଷା ମହିଳା ସଂଘ ତରଫରୁ କରୋନା ସଚେତନ କାର୍ଯ୍ୟକ୍ରମ

415
ADVERTISEMENT

ପାରଳାଖେମୁଣ୍ଡି,୨୧।୩( ପ୍ରଭାତ କୁମାର ପାତ୍ର ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆକାଂକ୍ଷା ମହିଳା ସଙ୍ଘ ତରଫରୁ କରୋନା ଭାଇରସ ଠାରୁ କିପରି ଦୂରରେ ରହିବେ ତାକୁନେଇ ଏକ ସଚେତନ କାର୍ଯ୍ୟକ୍ରମ ହୋଇଥିଲା । ଏହି ସଚେତନ କାର୍ଯ୍ୟକ୍ରମ ମାର୍କେଟ ଛକ ଠାରୁ ଆରମ୍ଭ ହୋଇ କଲେଜ ଛକ ଦେଇ ରାଜାଙ୍କ ରାଜଉଆସ ପ୍ରଯନ୍ତ ଏକ ସଭାଯାତ୍ରା ପରିକ୍ରମା କରି, ପ୍ରତେକ ଦୋକାନ ବନ୍ଧ କରିବା ସହ ଲୋକ ମାନଙ୍କ ମଧ୍ୟରେ କିପରି କରୋନା ଭାଇରସ ଠାରୁ ଦୂର ରେ ରହିବେ ଏବଂ କିପରି ସତର୍କତା ଅବଲମ୍ବନ କରିବେ ତାହାରି ଉପରେ ସମସ୍ତଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ସୁଶ୍ରୀ ମିନାଖି ସାହୁଙ୍କ ନେତୃତ୍ୱରେରେ ,ତଥା ଗଜପତି ଜିଲ୍ଲା ଆରକ୍ଷୀ ଅଧକ୍ଷା ସାରା ଶର୍ମାଙ୍କ ସହ ସ୍ବର୍ଣ୍ଣପ୍ରଭା ପାଠୀ, ମିନା କୁମାରି ଟହଲ,ତନୁଜା ଶତପଥୀ, ରୁବି ନନ୍ଦ,ଅନିତା ମିଶ୍ର, ସୁଚାର ରୂପେ ତୁଲେଇ ଲୋକଙ୍କୁ ବୁଝାଇଥିଲେ । ତାଙ୍କସହ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ନେତ୍ର।ନନ୍ଦ ଶତପଥୀଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Advertisement